ନୀଳଗିରି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ କୋରାପୁଟ ପ୍ରେସକ୍ଲବ ତରଫରୁ ପୋଲିସ ମହାନିର୍ଦ୍ଧେଶକଙ୍କ ଉଦ୍ଦେଶ୍ଯରେ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ନୀଳଗିରି ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ଼ରେ ବେଡି ପକାଇବା ଘଟଣାରେ କୋରାପୁଟରେ ସାମ୍ବାଦିକମାନେ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିଛନ୍ତି । କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ମାନେ କଳା ବ୍ୟାଜ ପିନ୍ଧି କୋରାପୁଟ ପ୍ରେସକ୍ଲବ ପରିସରରୁ ଡିଆଇଜିଙ୍କ କାର୍ଯ୍ୟାଳୟକୁ ଯାଇ ପୋଲିସ ମହାନିର୍ଦ୍ଧେଶକଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଡିଆଇଜି ରାଜେଶ ପଣ୍ଡିତ ଦାବିପତ୍ର ଗ୍ରହଣ କରିଥିଲେ । ନୀଳଗିରି ପୋଲିସ ଆଇଆଇସିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ବିଶ୍ୱାଳ ଓ ଭବାନୀ ଶଙ୍କର ମିଶ୍ର ଦାବି କରିଛନ୍ତି । ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସିଏସ ସାନ୍ତାକାର, ବିଦ୍ୟାଧର ଚୌଧୁରୀ, ଅରୁଣ କୁମାର ଦାସ, ଘନଶ୍ୟାମ ରଥ, ଅମିତାଭ ବେହେରା, ତ୍ରିଲୋଚନ ମହାରଣା, ତ୍ରିନାଥ ପଟ୍ଟନାୟକ, ସୌମ୍ୟ ରଞ୍ଜନ ସାହୁ, ଅମିତ କୁମାର ହୋତା, ସୂର୍ଯ୍ୟ ନାରାୟଣ ପଣ୍ଡା, ସତ୍ୟଜିତ ମହାନ୍ତି, ଉତ୍ତମ କୁମାର ନାୟକ ପ୍ରମୁଖଙ୍କ ସହ ଅନେକ ସାମ୍ବାଦିକ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.