ସମାଜସେବୀ ଗଜେନ୍ଦ୍ର ନାଥ ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦରର କିଶୋରନଗର ମଣ୍ଡଳ ଅନ୍ତର୍ଗତ ବାରଦା ପଞ୍ଚାୟତର ଶଗଡିପାଟଣା ଗ୍ରାମର ସମାଜସେବୀ ସ୍ବର୍ଗତ ଗଜେନ୍ଦ୍ର ନାଥ ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇ ଯାଇଛି । ଏହି ସଭାରେ ହିନ୍ଦୁ ଜାଗରଣ ମଞ୍ଚର ଓଡିଶାପ୍ରାନ୍ତ ସଂଗଠକ ତନ୍ମୟ ଦାଶ, କଟକ ସଦର ଜିଲ୍ଲା ସଂଯୋଜକ ଜୟନ୍ତ ଦାଶ, କିଶାନ ସଂଘର ଜିଲ୍ଲା ସଂଯୋଜକ ଦେବୀ ପ୍ରସାଦ ପତି, ଅନୀଲ୍ ମହାପାତ୍ର, ବଜରଙ୍ଗ ଦଳ କିଶୋରନଗର ସଂଯୋଜକ ବିପ୍ଳବ ସ୍ବାଇଁ,ସଞ୍ଜୟ ସେଠୀ,ଅଖନ ଦାଶ, ବିକ୍ରମ ମାଝୀ, ପ୍ରତାପ ରୁଦ୍ର ସେଠୀ, ବାବାଜୀ ବିଶ୍ବାଳ, ରଘୁନାଥ ଚୌଧୂରୀ, ଲକ୍ଷ୍ମୀଧର ଜେନା, ରାଜେଶ୍ ଜେନା, ସମାତନ ନାୟକ, ସୁଦର୍ଶନ ଜେନା, କବିଭୂଷଣ ଆଚାର୍ଯ୍ୟ, ଚକ୍ରଧର ମୂଦୁଲୀ, ବସନ୍ତ ଓଝା ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ । ତାଙ୍କ ପରିବାର ପକ୍ଷରୁ ପୁତ୍ର ବିଜୟ କୁମାର ସାହୁ, ସଞ୍ଜୟ ସାହୁ, ବୋହୂ ମଧୂସ୍ମିତା ସାହୁ, ସମାପିକା ସାହୁ, ନାତି ନାତୂଣୀ; ମୟଙ୍କ ସାହୁ, ଶଶାଙ୍କ ସାହୁ, ସୁପ୍ରିୟା ପ୍ରିୟଦର୍ଶୀନୀ ସାହୁ, ବିଜୟଲକ୍ଷ୍ମୀ ସାହୁ, ଧର୍ମପତ୍ନୀ ସାବିତ୍ରୀ ସାହୁ ଏବଂ ସ୍ଥାନୀୟ ବାସିନ୍ଦା ଶୋକବ୍ୟକ୍ତ କରିଛନ୍ତି । ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀ ଗଭୀର ଶୋକବ୍ୟକ୍ତ କରିବାସହ ଅମର ଆତ୍ମାର ସଦ୍ଗତି ପ୍ରାର୍ଥନା କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.