ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ସ୍ଥିତ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଠାରେ ଆଠ ଦିନ ଧରି ଚାଲିଥିବା ମହିଳା ଆତ୍ମ ସୁରକ୍ଷା ଶିବିର ଉଦଯାପିତ ହୋଇଛି । କଲେଜର ଅଧ୍ୟକ୍ଷ ଗୋବର୍ଧନ ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଓ ସଂମ୍ମାନିତ ଅତିଥି ଭାବେ କୋକସରା ସମିତିସଭ୍ୟା ଗାୟତ୍ରୀ ପଣ୍ଡା ଯୋଗ ଦେଇଥିଲେ । ଅଧ୍ୟାପକ ଭାଗିରଥି ଶଗଡିଆ କାର୍ଯ୍ୟକ୍ରମକୁ ସଂଯୋଜନା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମହିଳା ସଂଯୋଜିକା କଳ୍ପନା ଭୋଇ ଶିବିରର ଲକ୍ଷ୍ୟ ଓ ଉଦେଶ୍ୟ ପ୍ରଦାନ କରିଥିଲେ । ପ୍ରଶିକ୍ଷିକା ଆଲିଶା ଧଙ୍ଗଡ଼ା ମାଝୀ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ପ୍ରଧାନୀ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଆତ୍ମ ସୁରକ୍ଷାର ବିଭିନ୍ନ କୌଶଳ ଛାତ୍ରୀ ମାନେ ପ୍ରଦାନ କରିଥିଲେ । ଉପାଧ୍ୟକ୍ଷ ଉପେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ଅଧ୍ୟାପକ ଜିତା ମିତ୍ର ମେହେରା, ଅନିଲ ବାଗ, ଜୟରାମ ସୁନାନୀ, ମୋହନ କୁମାର ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।