ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ଶିକ୍ଷଣ ସାମଗ୍ରୀ ମେଳା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଇଚ୍ଛାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ତଥା ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼ଃ. ସ୍ନେହପ୍ରଭା ମହାପାତ୍ର, ମୁଖ୍ୟ ବକ୍ତା ଭାବେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗଦାନ କରିଥିଲେ। ଏଥିରେ ଗୁଡ଼ିଆଲିପଦର ସରପଞ୍ଚ ଇଂ. ପ୍ରିୟଙ୍କା ମହାକୁଡ଼, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ, ସାରଙ୍ଗଧର ମୁଣ୍ଡ ଓ ହୃଷୀକେଶ ନାଏକ, ଶିକ୍ଷକ ପ୍ରଶିକ୍ଷକ ନିହାରିକା ଦେବୀ, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ କବିତା ମହାନ୍ତି, ତେନ୍ତୁଳିଖୁଣ୍ଟି ସିଆରସିସି ସୂର୍ଯ୍ୟନାରାୟଣ ମହାନ୍ତି, ମେଦିନୀପୁର ସିଆରସିସି ତୁଳସୀରାମ ସାହୁ, ଦେପୁର ସିଆରସିସି ପୂର୍ଣ୍ଣଚନ୍ଦ୍ର ନେଗୀ, ମଝିପଡ଼ା ସିଆରସିସି ପ୍ରଫୁଲ୍ଲ କୁମାର ଠାକୁର, ଇଚ୍ଛାପୁର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶୂନ୍ୟ ମଙ୍ଗରାଜ, ଗ୍ରାମର ୱlର୍ଡ ମେମ୍ବର ତଥା ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗଣନଥପୁର ସିଆରସିସି ବିଶ୍ୱଜିତ ରାୟ ଓ ଶିକ୍ଷୟତ୍ରୀ ମାଙ୍ଗମା ପାତ୍ର ପରିଚାଳନା କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ବସୁମତୀ ସାହୁ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଅଭିବୃଦ୍ଧି ପାଇଁ ଶିକ୍ଷଣ ସାମଗ୍ରୀ ଅତ୍ୟନ୍ତ ଆବଶ୍ୟକ ବୋଲି ମଞ୍ଚସ୍ଥ ଅତିଥି ମାନେ ମତାମତ ଦେଇଥିଲେ । ବସୁମତୀ ସାହୁଙ୍କୁ ଶ୍ରେଷ୍ଠ ପ୍ରଧାନ ଶିକ୍ଷୟତ୍ରୀ, ମାନସୀ ପଣ୍ଡା ଓ ଅନୁପମା ଶିଶୁଙ୍କୁ ଶ୍ରେଷ୍ଠ ଶିକ୍ଷୟତ୍ରୀ ଭାବରେ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.