ଶ୍ରୀରାମ ନବମୀ ଲାଗି କୋରାପୁଟ ସହର ଉତ୍ସବ ମୁଖର: ରାମ ମନ୍ଦିରରେ ଭକ୍ତଙ୍କ ଭିଡ଼

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲାର ବିଭିନ୍ନ ଶ୍ରୀରାମ ମନ୍ଦିରରେ ଆଜି ଜାକଜମକରେ ଶ୍ରୀରାମ ନବମୀ ପାଳିତ ହେଉଅଛି । ଆଜି ସକାଳୁ ସକାଳୁ କୋରାପୁଟ ତଥା ଆଖପାଖ ଅଂଚଳରୁ ଭକ୍ତମାନେ ଆସି ଠାକୁରଙ୍କ ଏହି ଅପୂର୍ବ ଲୀଳାକୁ ଉପଭୋଗ କରୁଛନ୍ତି । କରୋନା କଟକଣା ପାଇଁ ଦୁଇବର୍ଷ ହେବ ଏହି ଉତ୍ସବ ପାଳନ ବନ୍ଦ ଥିବାରୁ ଭକ୍ତମାନେ ଦର୍ଶନରୁ ବଞ୍ଚିତ ଥିଲେ କିନ୍ତୁ ଆଜି ଭକ୍ତମାନେ ଶ୍ରୀରାମଙ୍କୁ ଦର୍ଶନ କରି କୃପାଲାଭ କରିଅଛନ୍ତି । ଏହି ଉପଲକ୍ଷେ ସହରରେ ସଂକୀର୍ତନ ଶୋଭାଯାତ୍ରା ଚାଲିଥିବା ଦୃଷ୍ଟିଗୋଚର ହୋଇଅଛି । ସହରର ଡି.ଆର.ଡି.ଏ ସମ୍ମୁଖ ଶ୍ରୀରାମ ମନ୍ଦିର, ପୂଜାରୀପୁଟ ସ୍ଥିତ ଶ୍ରୀରାମ ମନ୍ଦିର, ହାଉସିଂବୋର୍ଡ ସ୍ଥିତ ହନୁମାନ ମନ୍ଦିର ପ୍ରମୁଖ ସ୍ଥାନ ଗୁଡିକରେ ଶ୍ରୀରାମ ନବମୀ ଉତ୍ସବ ପାଳନ ହୋଇଥିବା ଦୃଷ୍ଟିଗୋଚର ହୋଇଅଛି । ଶ୍ରଦ୍ଧାଳୁ ପ୍ରଭୂ ଶ୍ରୀରାମଙ୍କ ଦର୍ଶନ କରି ଖୁସି ଥିବା ଦେଖା ଦେଇଅଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.