ଗାଁର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନବନିର୍ବାଚିତ ପ୍ରତିନିଧି

ଏକାଠି ହେଲେ ବିଧାୟକ, ବ୍ଲକ ଅଧ୍ୟକ୍ଷା, ସରପଞ୍ଚ ଓ ସମିତି ସଭ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ବେହେରାର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ପନ୍ଥା ଗ୍ରହଣ କରିବା ପାଇଁ ଗ୍ରାମ ପଞ୍ଚାୟତ ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଧର୍ମଗଡ ବିଧାୟକ ମୌଷଧି ବାଗ, ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ବେହେରା ସରପଞ୍ଚ, ବେହେରା ସମିତି ସଭ୍ୟ, ନାଏବ ସରପଞ୍ଚ ତଥା ଗ୍ରାମବାସୀଙ୍କ ଉପସ୍ଥିତିରେ ବେହେରା ଦନ୍ତେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟ କରଣ, ବେହେରା ଠାରେ ପୋଲିସ ଫାଣ୍ଡି ସ୍ଥାପନ, ଡ୍ରେନ ସମସ୍ୟାର ସମାଧାନ, ଅମ୍ରୁତ ଧାରା, ବସୁଧା ଯୋଜନାରେ ପଞ୍ଚାୟତର ସମସ୍ତ ଗ୍ରାମକୁ ସଂଯୋଗୀକରଣ କରିବା, ବେହେରା ମିନିଷ୍ଟାଡିୟମ୍ ର ଉନ୍ନତିକରଣ, ଷ୍ଟ୍ରିଟ୍ ଲାଇଟ ମରାମତି ସହ ନୂତନ ସଂଯୋଗୀକରଣ ଇତ୍ୟାଦି କାର୍ଯ୍ୟ ଗ୍ରହଣ କରିବା ପ୍ରସଙ୍ଗକୁ ଉପସ୍ଥାପନ କରିଥିଲେ । ସମିତି ସଭ୍ୟ କିଶୋର ନାଗ ଓ ସରପଞ୍ଚ କୁମୁଦିନୀ ଗଇନ୍ତା ବେହେରା ପଞ୍ଚାୟତର ବିକାଶ ପାଇଁ ଦେଇଥିବା ସମସ୍ତ ଦାବୀ କୁ ଉଭୟ ବିଧାୟକ ଓ ବ୍ଲକ ଅଧ୍ୟକ୍ଷା ସ୍ଵିକୃତି ଦେବା ସହ ଆଗାମୀ ଦିନରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଭଳି ଅଭିନବ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.