ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହେଲା ଶାବର ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ

ଓଡ଼ିଆ ବାର୍ତ୍ତା/ କୋରାପୁଟ ତ୍ରିନାଥ ପଟ୍ଟନାୟକ): ଆଜି ଶ୍ରୀରାମ ନବମୀ ଅବସରରେ ଶାବର ଶ୍ରୀକ୍ଷେତ୍ର କୋରାପୁଟର ବଡ଼ଦାଣ୍ଡ ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ହୋଇଉଠିଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ କୀର୍ତ୍ତନ ମଣ୍ଡଳୀ ସାଙ୍ଗକୁ ଶ୍ରୀରାମ ଭକ୍ତ କୋରାପୁଟ ସହରରେ ଏକତ୍ରିତ ହୋଇ ଶ୍ରୀରାମ ନବମୀ ପାଳନ ଅବସରରେ ଗାନ୍ଧୀ ନଗରସ୍ଥିତ ହନୁମାନ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପୂଜାରିପୁଟ ସ୍ଥିତ ଶ୍ରୀରାମ ମନ୍ଦିରରେ ପହଞ୍ଚିଥିଲେ ।ବଡ଼ଦାଣ୍ଡ ୧୦ ହଜାରରୁ ଊର୍ଦ୍ଧ୍ବ ଭକ୍ତଙ୍କ ଗହଣରେ ରାଜନୈତିକ ଦଳର ନେତୃବୃନ୍ଦ ମଧ୍ୟ ସମସ୍ତ ଭେଦଭାବ ଭୁଲି ଏକାଠି ନାଚି ଉଠିଥିଲେ । ଉତ୍ସବର ଜଣେ ଆୟୋଜକ କହିଛନ୍ତି ଯେ, କୋଭିଡ ମହାମାରୀ ଗତ ଦୁଇବର୍ଷ ହେବ ହାତ-ଗୋଡ ବାନ୍ଧି ରଖିବା ଭଳି ଲାଗୁଥିଲା । ଚଳିତ ବର୍ଷ କଟକଣା ହଟିଥିବାରୁ ବେଶ୍ ଆନନ୍ଦ ଲାଗୁଛି । ଆଗାମୀ ଦିନରେ ଯେପରି କୌଣସି ମହାମାରୀ କବଳିତ ନକରିବ ସେଥିପାଇଁ ପ୍ରାର୍ଥନା କରିଥିବା କହିଛନ୍ତି ଭକ୍ତ । ଶ୍ରୀରାମଙ୍କ ବିଶାଳ କଠଉକୁ ସାଥିରେ ନେଇ ବାହାରିଥିବା ଏହି ଶୋଭାଯାତ୍ରା ସହରବାସୀଙ୍କ ମଧ୍ୟରେ ବି ଉତ୍ସାହ ଓ ଆନନ୍ଦ ଭରିଦେଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.