ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ଓଡିଆ ନବବର୍ଷ ପାଳିତ

ଓଡ଼ିଆ ବାର୍ତ୍ତା/ ବ୍ରହ୍ମପୁର: ସ୍ଥାନୀୟ ମାନସଭବନ ଠାରେ ଗଂଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ତରଫରୁ ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି । ସଂଘର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ମହାସମାରୋହରେ ଅତିଥି ଭାବେ ଶାସ୍ତ୍ରୀୟ ସଂଗୀତଜ୍ଞ ଗୁରୁଶ୍ରୀ ସିମାଂଚଳ ଦାସ, ମାନସଭବନ ସଭାପତି ସନ୍ତୋଷ କୁମାର ସୁବୁଦ୍ଧି, ବରିଷ୍ଠ କଳାକାର ସଭାପତି ଡ଼. ତିରୁପତି ସାହୁ, ଓଡ଼ିଶା ନାଟ୍ୟସଂଘ ଉପ ସଭାପତି ଇଂ. ମନୋଜ କୁମାର ଦଣ୍ଡପାଟ, ଖାଉଟି ଅଦାଲତ ଓକିଲ ସଂଘ ସଭାପତି ଅନୀଳ କୁମାର ସାହୁ, ଜନାନା ହସ୍ପିଟାଲ ରୋଡ଼ ବ୍ୟବସାୟୀ ସଂଘ ସଭାପତି ଶରତଚନ୍ଦ୍ର ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ । ନଟ୍ୟ ନିର୍ଦ୍ଦେଶକ ସଂକର୍ଷଣ ସାବତ ସ୍ୱଗତ ଭାଷଣ ଦେଇଥିବା ବେଳେ ସହ ସଂପାଦକ ବଳଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଗବାନ ସାମଲ, ନୀଳମାଧବ ଜେନା, ମିହିର ତ୍ରିପାଠୀ, ସୁବାଷ ଚନ୍ଦ୍ର ସାହୁ, ନୀଳାମ୍ବର ସାହୁ, ଅନୁରାଧା ସାହୁ, ବନ୍ଦନା ନନ୍ଦ, ବନ୍ଦନା ମହାପାତ୍ର, ଚାନ୍ଦମାମା ବେହେରା, ପୂର୍ଣ୍ଣ ବାସୀ, ଛବିରାଣୀ, ଗୀତା ସ୍ୱାଇଁ, କିଶୋର କାପୁର, ଭବାନୀ ପାଣିଗ୍ରାହୀ, ରବୀନ୍ଦ୍ର ନାୟକ, କୈଳାସ ପାଣିଗ୍ରାହୀ, ରବୀନ୍ଦ୍ର ବାରିକ, ଲକ୍ଷ୍ମୀ ସାମଲଙ୍କ ସହ ଅନେକ ସଭ୍ୟ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.