କୋକସରା ଠାରେ ହନୁମାନ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆଜି ଓଡ଼ିଆ ନବ ବର୍ଷ ଏବଂ ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ମନ୍ଦିର, ଘରେ ସବୁଠାରେ ପଣା ପୂଜାର ବିଧି ରହିଛି । ଏହି ଦିନଟି କୁ ହନୁମାନ ଜୟନ୍ତୀ ଭାବେ ପାଳିତ ହୋଇ ଥାଏ । ଏହି ଅବସରରେ କଲାହାଣ୍ଡି ଜିଲ୍ଲା କୋକସରା ସଦର ମହକୁମା ଠାରେ ହନୁମାନଙ୍କ ପ୍ରତିମୂର୍ତ୍ତି ପାଖରେ ଆଜି ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି ।‌ମହାବୀର ଅନୁଷ୍ଠାନର ସଭାପତି ମହେନ୍ଦ୍ର ନେଗୀଙ୍କ ତତ୍ୱାବଧାନରେ ପୂର୍ବ ନିର୍ଦ୍ଧାରିତ ନୀତି ଅନୁସାରେ ସକାଳୁ ହନୁମାନଙ୍କ ବିଗ୍ରହରେ ଦେବ ନୀତି ସହ ନିର୍ଘଣ୍ଟ ସମୟରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ଭାବରେ ଟିକିନା ମିଶ୍ର ପୂଜାବିଧି ଆଗେଇନେଇ ଥିଲେ । କୋକସରା ସରପଞ୍ଚ କିଶୋର ପ୍ରଧାନୀ ଓ ତାଙ୍କ ଧର୍ମ ପତ୍ନୀ ଏହି ପୂଜାରେ କର୍ତ୍ତା ଭାବରେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ସନ୍ଧ୍ୟା ସମୟରେ ଆଳତି ସହ ହଂସ ପଡା ଶ୍ରୀରାମ ଭଜନ ମଣ୍ଡଳୀ ଦ୍ୱାରା ଭଜନ ସନ୍ଧ୍ୟା ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ପୂଜା ଶେଷରେ ଅନେକ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦଙ୍କୁ ପଣା ଓ ପ୍ରସାଦ ବଣ୍ଟନ କରାଯାଇଥିଲା । ମହାବୀର ଅନୁଷ୍ଠାନର ସଭାପତି ମହେନ୍ଦ୍ର ନେଗୀ, ସମ୍ପାଦକ ସୁନୀଲ କୁମାର ପ୍ରଧାନୀ, କୋଷାଧକ୍ଷ ବିଶ୍ୱନାଥ ପଟ୍ଟନାୟକ, ବନମାଳୀ ପ୍ରଧାନୀ, ବସନ୍ତ ପଟ୍ଟନାୟକ, ଗଗନ ବିହାରୀ ପଟ୍ଟନାୟକ, ସନତ ପ୍ରଧାନୀ, ପ୍ରମୋଦ ପ୍ରଧାନୀ, ହୃଷିକେଶ ରାଉତ, ଦୁଷ୍ମନ୍ତ ପଟ୍ଟଯୋଶୀ, ଅଇରୀ ନାଶନ ଚୀନ୍ଦା ପ୍ରମୁଖ ପୂଜା ପରିଚାଳନାରେ ସମ୍ପୂର୍ଣ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.