ଜର୍ଣ୍ଣାଲିଷ୍ଟ ଏସୋସିଏସନ ନୂଆପଡ଼ା (ଜାନ)ର କର୍ମକର୍ତ୍ତା ଚୟନ: ଘନଶ୍ୟାମ ଭୋଇ ସଭାପତି, ସୁଶାନ୍ତ ପାଣିଗ୍ରାହୀ ସମ୍ପାଦକ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା: ଖଡ଼ିଆଲ ବ୍ଳକ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲାର ସର୍ବପୁରାତନ ସାମ୍ବାଦିକ ସଂଗଠନ ଜର୍ଣ୍ଣାଲିଷ୍ଟ ଏସୋସିଏସନ ନୂଆପଡ଼ା (ଜାନ)ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାନର ଆବାହକ ଘନଶ୍ୟାମ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲାର ୫ଟି ବ୍ଲକର ୩୫ ଜଣ ସଦସ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ଜାନର ନୂତନ କାର୍ଯ୍ୟକାର୍ତ୍ତ ଚୟନ ହୋଇଥିଲା । ଏଠାରେ ସର୍ବସମ୍ମତି କ୍ରମେ ଘନଶ୍ୟାମ ଭୋଇ ସଭାପତି ଭାବେ ମନୋନୀତ ହୋଇଥିଲେ । ସେହିପରି ସୁଶାନ୍ତ ପାଣିଗ୍ରାହୀ ସାଧାରଣ ସମ୍ପାଦକ, ଆଦିତ୍ୟ ମହାଉତି ଯୁଗ୍ମ ସମ୍ପାଦକ, ସଂଜୀବ ପାଣିଗ୍ରାହୀ କୋଷାଧ୍ୟକ୍ଷ ଭାବେ ଚୟନ ହୋଇଥିଲେ । ଜିଲ୍ଲା ଉପସଭାପତି ଭାବେ ନୂଆପଡ଼ା ବ୍ଳକ ପାଇଁ ଅଶ୍ବିନୀ ପାଣିଗ୍ରାହୀ, କୋମନା ବ୍ଳକ ପାଇଁ ସରୋଜ ଦାସ, ଖଡ଼ିଆଲ ବ୍ଳକ ପାଇଁ ଯୁଗେଶ୍ବର ଶଗରିଆ, ବୋଡେ଼ନ ବ୍ଳକ ପାଇଁ ଦିଲୀପ ପଣ୍ଡା, ସିନାପାଲି ବ୍ଳକ ପାଇଁ ଯୁଧିଷ୍ଠିର ମହାନନ୍ଦ ଚୟନ ହୋଇଥିଲେ । ଏଭଳି ଉପଦେଷ୍ଟା ଭାବେ ଖୁଟୁରାମ ସୁନାନୀ, ରବିନ୍ଦ୍ର ଯୋଶୀ, ତାରିଣୀ ମହାଉତି, କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମାୟାଧର ସରାଫ, ବିମଲସିଂ ଦଳପତି, ରତନ କେତକୀ, ତାଳେଶ୍ବର ଦେବଙ୍ଗନ, ଯୁଗଳ କିଶୋର ଚଲାନ, ରବିକାନ୍ତ ଠେଲା ପ୍ରମୁଖ ମନୋନୀତ ହୋଇଥିଲେ । ଏହି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିଷାଦ ଭାବେ ଆଲୋଚନା ହୋଇଥିଲା । ଆସନ୍ତା ମଇ ୪ ତାରିଖରେ ଖରିଆରରୋଡ ଗଣାପତି ପେଲେସ ଠାରେ ଜିଲ୍ଲାର ପ୍ରଗତି ପାଇଁ ଏକ ଜିଲ୍ଲାସ୍ତରୀୟ ଆଲୋଚନା ଚକ୍ର ଆୟୋଜିତ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା । ଏଠାରେ ସନ୍ତୋଷ ଦଣ୍ଡସେନା, ବଂଶୀଧର ନାଗ, ନନ୍ଦିଘୋଷ ଖମାରୀ, କୈଳାସ ପ୍ରଧାନ, ରାହୁଲ ଯାଦବ, ପ୍ରଶାନ୍ତ ଯାଦବ, ସତ୍ୟବ୍ରତ ସାମଲ, ନଟ ଆଡବଙ୍ଗ, ମୁକେଶ ଦଣ୍ଡସେନା, ମିଥୁନ ବାଗ, ବଣ୍ଟି ହେର୍ଣ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

ରିପୋର୍ଟ: ମହେନ୍ଦ୍ର ବାଗ (ରାହୁଲ), ନୂଆପଡା ଜିଲ୍ଲା ପ୍ରତିନିଧି

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.