କମର୍ଦ୍ଧା ପଞ୍ଚାୟତ ଗସ୍ତରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର କମର୍ଦ୍ଧା ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ଲୋକଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଶ୍ରୀମତୀ ପାତ୍ର କମର୍ଦ୍ଧା ଗ୍ରାମ ପଞ୍ଚାୟତରେ ପହଁଞ୍ଚିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରେ ଶ୍ରୀମତୀ ପାତ୍ର ମଧୁ ମହେଶ୍ୱର ବୁଦ୍ଧିଆ ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ଗ୍ରାମ ପଞ୍ଚାୟତର ବିଭିନ୍ନ ଉର୍ନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିବା ବେଳେ ଅଟକି ରହିଥିବା ପୁରୁଣା କାମକୁ ମଧ୍ୟ ଖୁବ ଶୀଘ୍ର ଆରମ୍ଭ କରିବାକୁ ନିର୍ଦେଶ ଦେଇଥିଲେ।

ଏହାପରେ ସେ ଗ୍ରାମ ପଞ୍ଚାୟତର ୧୫ ଗୋଟି ଗାଁକୁ ଯାଇ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ବ୍ଲକ ଅଧ୍ୟକ୍ଷାଙ୍କ ସହିତ କମର୍ଦ୍ଧା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁଶୀଳା ନାଏକ,କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରାଙ୍ଗ ମାଝୀ,ସମିତି ସଭ୍ୟା ଶ୍ରୀମତୀ ଶଶିଲା ମାଝୀ, ନାଏବ ସରପଞ୍ଚ ଶ୍ରୀ ପିତାମ୍ବର ପୁଟେଲ, ସମାଜସେବୀ ହରିଶଙ୍କର ପାତ୍ର, ୱାର୍ଡ ମେମ୍ବର ଶଶୀ ହରିଜନ, ଭୁଲେଶ୍ୱର ପୂଝରୀ,ସୁଭଦ୍ରା ମାଝୀ,ଘନ ମାଝୀ, ପଙ୍କଜିନୀ ମାଝୀ, ସମାଜସେବି ଭଗବାନ ମାଝୀ, ନିରାକାର ବୁଦ୍ଧିଆ, ଦୁର୍ଯ୍ୟଧନ ସାହୁ, ଅକୁର ନାଏକ, ପାର୍ଥବ ନାଏକ, ଶଶାଙ୍କ ଭୋଇ,ପରେଶ କୁମାର ବୁଦ୍ଧିଆ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.