ଅସୁରଗଡ ଶ୍ରୀରାମ ନବମୀ ମହୋତ୍ସବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଐତିହାସିକ, ପ୍ରତ୍ନତାତ୍ତ୍ୱିକ ଓ ଧାର୍ମିକ ଭାବଧାରାର ଅପୂର୍ବ ପୀଠ ଅସୁରଗଡରେ ମହାସମାରୋହରେ ଚାଲିଛି ଶ୍ରୀରାମ ନବମୀ ମହୋତ୍ସବ । ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଅସୁରଗଡ ରାମ ନବମୀ ଏଥର ୫୫ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଅସୁରଗଡ ଗସ୍ତ କରି ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ । ଏହି ଅବସରରେ ସେ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ଓ ରାମନବମୀ ସମିତି, ସୀତାପତି ସାଂସ୍କୃତିକ ଅନୁଷ୍ଠାନ ଅସୁରଗଡ ଓ ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ‌। ଅସୁରଗଡ ଶ୍ରୀରାମ ନବମୀରେ ପ୍ରତ୍ୟହ ସକାଳୁ ଶ୍ରୀରାମ ପୂଜନ, ରାମାୟଣ, ପାରାୟଣ, ଭଜନ, କୀର୍ତ୍ତନ, ପ୍ରବଚନ ଏବଂ ରାତିରେ ରାମଲୀଳା ପରିବେଷିତ ହେଉଛି ‌। ଅପ୍ରେଲ ୧୯ରେ ପୂର୍ଣ୍ଣାହୁତି ସହ ଏହା ସଂପନ୍ନ ହେବ ବୋଲି ଶ୍ରୀରାମ ନବମୀ ସମିତିର ସଭାପତି ରାଧାକାନ୍ତ ରଣା ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.