ନର୍ଲା ଭାଟି ରାସ୍ତା ବୁଲାଣିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଦୁଇ ବାଇକ ଆରୋହୀ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଚାରିଛକ୍ ଠାରୁ ନର୍ଲା ରୋଡ ଯିବା ରାସ୍ତା କଡ଼ରେ ଥିବା ମଦଭାଟି ପାଖରେ ଆଜି (୧୬ ଅପ୍ରେଲ) ଦିନ ୧-୧୫ ସମୟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି । ଏହି ମର୍ମନ୍ତୁଦ ଦୁର୍ଘଟଣା ରେ ଦୁଇଟି ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି, ସେମାନଙ୍କ ମଧ୍ୟରୁ ଜଣେ କୁନି ଝିଅ ମଧ୍ୟ ଆହତ ହୋଇଛି । ଜଣେ ବାଇକ ଆରୋହୀଙ୍କ ମଧ୍ୟରୁ ନର୍ଲା ବ୍ଲକ ଘଣ୍ଟାମାଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ କେଶପଲା ଗ୍ରାମର ଭାରତ ପାତ୍ର ମଧ୍ୟ ଗୁରୁତର ରହିଥିବା ଜଣାପଡିଛି । ଅନ୍ୟଜଣେ ବାଇକ ଚାଳକଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଥିବା କୁହା ଯାଉଛି । ଗୁରୁତର ଆହତ ଦୁଇ ବାଇକ ଆରୀହୀଙ୍କୁ ନର୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବା ଜଣା ପଡ଼ିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ଭାଟି ରାସ୍ତାର ଉପରୋକ୍ତ ବୁଲାଣିରେ ଏହି ତିନିବର୍ଷ ଭିତରେ ୧୫ ରୁ ଉର୍ଦ୍ଧ୍ବ ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.