କବି ପରିବାର ପକ୍ଷରୁ ତ୍ରିନାଥ ପଟ୍ଟନାୟକ ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ବରଗଡ଼ ଜିଲ୍ଲାର ପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ କବି ପରିବାର ତରଫରୁ କୋରାପୁଟର ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଅଛି l ଏହି ଅନୁଷ୍ଠାନ ତରଫରୁ ଏକ ସ୍ୱତନ୍ତ୍ର କବିତା ଆସର ଶୀର୍ଷକ ‘ହନୁମାନ ଜୟନ୍ତୀ’ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା l ଏହି ପ୍ରତିଯୋଗୀତାରେ ଓଡ଼ିଆ ତଥା ବିଭିନ୍ନ ପ୍ରାନ୍ତରୁ ପ୍ରାୟ 30 ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ଏହି ପ୍ରତିଯୋଗୀତାରେ ପ୍ରତିଯୋଗୀଙ୍କ ମଧ୍ୟରେ ରଞ୍ଜିତା ସାହୁ, ଅରୁଣ କୁମାର ପ୍ରଧାନୀ, ଜଗଦୀଶ ସାହୁ,ଭଗବାନ ସିଂ ମାଝୀ, ନିହାରିକା ସେଠ, ଅଖଣ୍ଡଳ ଦାସ, ସତ୍ୟ ଭୁଷଣ ମହାକୁର,ଚନ୍ଦନା ମଞ୍ଜରୀ ତ୍ରିପାଠୀ, ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ, ଦିପ୍ତି ସେଠ,ଲକ୍ଷ୍ମୀ ପ୍ରିୟା ସାହୁ, ଜ୍ଞାନେନ୍ଦ୍ରୀୟ ଦାଶ, ଭ୍ରମର ବାଗ, ନମିତା ଦାସ, ମାଧବ ମାଝୀ, ସୁମିତ୍ରା ମିଶ୍ର,ଅଶୋକ କୁମାର ନାୟକ, ଅରୁଣ ପାତ୍ର, ଦିନେଶ ମେହେର,ଆରଦ୍ରା କୁମାର ବାଗ, ଶଙ୍କର ପ୍ରସାଦ ରଣା ହରେକୃଷ୍ଣ ଦେବସାହୁ, ରତିକାନ୍ତ ବେହେରା, ମନୋଜ ବାଗ ପ୍ରମୁଖ ଭାଗ ନେଇଥିବା ଦେଖିବାକୁ ମିଳିଥିଲା l ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ଟୁପେଶ କୁମାର ତ୍ରିପାଠୀ, ସମ୍ପାଦିକା ମୀରା ବାଇ ପାଣିଗ୍ରାହୀ, ସଭାପତି କୃଷ୍ଣଚନ୍ଦ୍ର ଭୋଇ, ଉପ ସଭାପତି ରାଜେନ୍ଦ୍ର କୁମାର ମହାନ୍ତି, ସଂଯୋଜିକା ସାବିତ୍ରୀ ସାହୁ ପ୍ରମୁଖ ଯୋଗ ଦେଇ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକଙ୍କୁ ଆଭାସୀ ଜରିଆରେ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରିବା ସହ ଅଭିନନ୍ଦନ ଜଣାଇଅଛନ୍ତି l ଏହି ଅନୁଷ୍ଠାନର ସମ୍ପାଦକ ଟୁପେଶ କୁମାର ତ୍ରିପାଠୀ ମାଁ ସମଲେଶ୍ୱରୀଙ୍କ ନିକଟରେ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକଙ୍କ ଲୁଚି ରହିଥିବା ପ୍ରତିଭାକୁ ସମ୍ମାନ ପ୍ରଦାନ ସ୍ୱରୂପ ଆଭାସୀ ମାଧ୍ୟମରେ ମାନପତ୍ର ପ୍ରଦାନ କରିବା ସହ ତାଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.