କବିତା: ଅସମ୍ପୂର୍ଣ୍ଣ

✍🏾ତପନ କୁମାର ସାହୁ

ଅସୁମାରୀ ଆଶାର ଆକାଶେ
ଭିନ୍ନ ଅଭିନ୍ନ ରୂପର ପରିକଳ୍ପନା
ଧୂଳିସାତ ହେଲାପରି ଲାଗୁଛି ।।

ଜୀବନ ଜିଇଁବାଟା ପେସାଦାର
ଜୁଆରିଆ ଭଟ୍ଟା
କୂଳଖାଇବାର ଭୟ ଏବେ
ଆଗନ୍ତୁକ ଆକାଶରେ
ପରମ ବିଚ୍ୟୁତିର ଦର୍ଶନ
ନିଜେ ନିଜର ପରିଚୟ ହିଁ ଅସହ୍ୟ ।।

ପାନମସଲା ରେ କାନ୍ଥ
ପ୍ଲାଷ୍ଟିକ, ଜରି ଗୁଡିକର
ମୃଦୁମୟ ଆବରଣେ
ଧୀର ଗମ୍ଭୀର ଭବିଷ୍ୟ
କାଚ ବୋତଲରେ ଯୌବନୀତ
ଉତେଇବି ଏବେ ବେଶ ପରିଷ୍କାର ।।

ଗାଁ ପାଖ ଡଙ୍ଗରଯେ ସୁନ୍ଦର
ଏବେ ଆଈମା କାହାଣୀ
ହଁ ଠିକ ମନେପଡେ
ଜେଜେ ବାହାଘର ଆଉ ବାଘମାମୁଙ୍କକଥା ।।

ଗୁଡ଼ ପିଠା ଖାଇବାର ଲୋଭ
ଚୁନାବି ଏବେ କ୍ଷଣିକରେ ହୁଏ
ଗ୍ୟାସଜାଳି ରୋଷେଇରେ ବ୍ୟସ୍ତ !
ଚୁଲିତ ଆଉ ନାହିଁ
ଅଲକ୍ଷଣି ଆଉ ଜନ୍ମିବେବା କେମିତି
ଲଷ୍ମୀବନ୍ତ ପୁରୁଷ ଦେଶରେ ।।

ସମ୍ପାଦକ, “ଅ”ପତ୍ରିକା
ମୋ: ୭୩୨୮୦୦୧୫୭୫

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.