ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସରାମୁଳୀ ପଞ୍ଚାୟତର ପାକାଲମାହା ଗ୍ରାମର ଜଣେ ଯୁବକ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ଯୁବକ ଜଣକ ହେଲେ ସେହି ଗ୍ରାମର ସିକସା ମୁଠାମାଝୀ ଙ୍କ ୨୨ ବର୍ଷୀୟ ପୁଅ ବବୁନ ମୁଠାମାଝୀ । ସୂଚନା ଅନୁଯାୟୀ ଅପରାହ୍ନରେ ବିଦ୍ୟୁତ ଚାଲିଯିବା ପରେ ଧୁସାରି ଗାଁ ଛକରେ ଥିବା ଟ୍ରାନ୍ସଫର୍ମର ର ଫିୟୁଜ ଚେକିଂ କରିବାକୁ ଯାଇଥିଲେ। ସେହି ସମୟରେ ଅକସ୍ମାତ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳେ ପଡିଯାଇଥିଲେ। ଗ୍ରାମବାସୀ ଘଟଣାସ୍ଥଳରୁ ଉଦ୍ଧାର କରି ବ୍ରାହ୍ମଣୀଗାଁ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ପ୍ରମୋଦ କୁମାର ସେଠୀ ବ୍ରହ୍ମପୁର ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ବବୁନକୁ ବ୍ରହ୍ମପୁର ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.