ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଛତିଘର ଗାଁର ସାଲୁଙ୍କି ନଦୀରେ ଗାଧୋଉଥିବା ବେଳେ ଗୋଡ଼ ଖସି ଯିବାରୁ ଦୁଇ ଭାଇ-ଭଉଣୀ ନଦୀରେ ବୁଡ଼ି ଯାଇଥିଲେ । ପାଖରେ ଥିବା ଲୋକେ ଏହା ଦେଖିବା ପରେ ସଙ୍ଗେ ସଙ୍ଗେ ଉଦ୍ଧାର କରି ଟିକାବାଲି ଡାକ୍ତରଖାନା ନିଆଯାଇଥିବା ବେଳେ ଉଭୟଙ୍କୁ ଟିକାବାଲି ମେଡିକାଲ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତ୍ୟୁ ବରଣ କରିଥିବା ଭାଇ ଭଉଣୀ ଛତିଘର ଗ୍ରାମର ଯୁଧିଷ୍ଠିର ଦେହୁରୀ ଙ୍କ ପୁଅ ସତ୍ୟଜିତ ଦେହୁରୀ(୫) ହୋଇଥିବା ବେଳେ ଝିଅ ଯାଜ୍ଞସେନି ଦେହୁରୀ(୪) ହୋଇଥିବା ଜଣାପଡ଼ିଛି ।