ଡ୍ରାଇଭର ମହାସଙ୍ଘର ଷ୍ଟେରିଙ୍ଗ ବନ୍ଦ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ଓଡ଼ିଶା ଡ୍ରାଇଭର ମହାସଂଘର ୧୧ଦଫା ଦାବୀ କାର୍ଯ୍ୟକାରିତା ନେଇ ସିନାପାଲି ଡ୍ରାଇଭର ମହାସଂଘ ତରଫରୁ ଷ୍ଟେରିଙ୍ଗ ବନ୍ଦ ଆନ୍ଦୋଳନ କରଯାଇଛି । ଏଥିରେ ସିନାପାଲି ଅଞ୍ଚଳର ଶତାଧିକ ଡ୍ରାଇଭର ସାମିଲ ରହି ପିକେଟିଂ କରିଥିଲେ‌ । ସିନାପାଲି ସହରର ବିଭିନ୍ନ ରାସ୍ତାରେ ରହି ଗାଡ଼ି ଚଳାଇବା ଡ୍ରାଇଭର ମାନଙ୍କୁ ବାରଣ କରିଥିଲେ । ସିନାପାଲି ସହରର ଯୁଗେନପଦର ଛକ ଠାରେ ବିରାଟ ସମାବେଶ ହୋଇ ସରକାରଙ୍କ ନିକଟରେ ଉପସ୍ଥାପନ କରଯାଇଥିବା ଦାବୀ ଗୁଡ଼ିକ ପୁରଣ ନ ହେଲେ ଆଗାମୀଦିନରେ ବିରାଟ ଆନ୍ଦୋଳନ ହେବାକୁ ଚେତାବନୀ ଦେଇଛନ୍ତି‌ । ଏଠାରେ ସୂଚନଯୋଗ୍ୟଯେ, ଓଡିଶା ଡ୍ରାଇଭର ସଂଘ ଗତ ନଭେମ୍ବର ୫ ତାରିଖ ଦିନ ୧୧ ଦଫା ଦାବି ନେଇ ସରକାରଙ୍କ ନିକଟରେ ଦାବୀ ଜଣାଇଥିଲେ‌ । ଏହି ଦାବୀ ମଧ୍ୟରୁ ଦୁର୍ଘଟଣା ଜନିତ ଅନୁକମ୍ପା ରାଶି ୨୦ ଲକ୍ଷ ପ୍ରଦାନ, ଡ୍ରାଇଭର ମାନଙ୍କ ଛୁଆ ମାନଙ୍କୁ ପାଠ ପଢା ରେ ୪୦ ପ୍ରତିଶତ ରିହାତି, ୧୦୦ କିଲୋ ମିଟର ଦୂରରେ ଡ୍ରାଇଭର ମାନଙ୍କ ପାଇଁ ରହଣି ସୁବିଧା ସହ ଅନ୍ୟାନ୍ୟ ସୁବିଧା, ଆବାସ ଯୋଜନାରେ ସାମିଲ ସହିତ ଅନେକ ଦାବୀ ନେଇ ରାଜଧାନୀରେ ବିଭାଗୀୟ ମନ୍ତ୍ରୀ ତଥା ସରକାରଙ୍କ ନିକଟରେ ଦାବୀ ଜଣାଇଥିଲେ । ହେଲେ ଦୀର୍ଘ ଦିନ ପରେ ମଧ୍ୟ ଦାବୀ ଗୁଡ଼ିକର ସମାଧାନ ନ ହେବାରୁ ରାଜ୍ଯ ଡ୍ରାଇଭର ସଂଘ ନିର୍ଦ୍ଦେଶ କ୍ରମେ ସିନାପାଲି ବ୍ଲକ ଡ୍ରାଇଭର ସଂଘ ଅଜି ଆନ୍ଦୋଳନକୁ ଓହ୍ଲାଇଛି । ଆଜିର ଏହି ଆନ୍ଦୋଳନରେ ଗଗନ ଖଣ୍ଡାୟତ, ଭିଷ୍ମରାଜ ବାଗ, ହାଇଜମ କଶ୍ୟପ, ବୁଲୁ ପଟେଲ, ପର୍ଶୁରାମ ବାଗ, ନିତ୍ୟାନନ୍ଦ ମଝି, ନୀଳାମ୍ବର କଶ୍ୟପ, ଚକ୍ରଧର ମାଝି, ଡିଙ୍ଗର ମାଝି, ଛବିଲାଲ ମାଝି, ମନୋଜ ମାଝି, ଯୀଶୁରାମ ନାଏକ, ତ୍ରିଲୋଚନ ନାଏକ, ଦଧୀ ରାଉତ, ସମେତ ଅନେକ ସାମିଲ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.