ଯୁବ ସମାଜସେବୀ ମହିପାଲ ପୋଡଙ୍କ ଅନନ୍ୟ କାର୍ଯ୍ୟ, ନିଜ ଖର୍ଚ୍ଚରେ ଲଗାଇଲେ ଜଳଛତ୍ର

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଏବର୍ଷ ଗ୍ରୀଷ୍ମ ପ୍ରାରମ୍ଭରୁ ତାତି ଆଶାତୀତ ଭାବରେ ବଢ଼ିବାରେ ଲାଗିଛି । କଳାହାଣ୍ଡିରେ ବର୍ତ୍ତମାନ ପାରଦ ୪୦ରୁ ୪୨° ମଧ୍ୟରେ ରହୁଛି । ଆଗକୁ ଏହା ଆହୁରି ବଢିପାରେ ବୋଲି ଆଶଙ୍କା ଦେଖାଦେଇଛି । ତେବେ ଏବର୍ଷ ଜିଲ୍ଲାର ଅନେକ ସ୍ଥାନରେ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଳା ଯାଇ ନଥିବାରୁ ପଥଚାରୀ ମାନେ ନାହିଁନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅନେକ ବଦାନ୍ୟ ବ୍ୟକ୍ତି, ଅନୁଷ୍ଠାନ ଓ ସମାଜସେବୀ ମାନେ ଜଳଛତ୍ର ଖୋଲିଥିବା ଦେଖାଯାଇଛି । ଏହି କ୍ରମରେ କେସିଙ୍ଗା ବ୍ଲକ ପର୍ଥଲା ଗ୍ରାମ ପଞ୍ଚାୟତ ଅଧୀନ ବାହାଦୁର ପଦର ଗ୍ରାମର ଯୁବ ସମାଜସେବୀ ମହିପାଳ ପୋଡ଼ ନିଜ ଖର୍ଚ୍ଚରେ ଜଳଛତ୍ର ଖୋଳିବା ଦେଖିବାକୁ ମିଳିଛି। ଆହୁରି ଅନେକ ଛକରେ ଜଳଛତ୍ର ଖୋଳିବାକୁ ସ୍ଥିର କରାଯାଇଛି ବୋଲି ଶ୍ରୀ ପୋଡ଼ ପ୍ରକାଶ କରିଛନ୍ତି । ତାଙ୍କର ଏପରି କାର୍ଯ୍ୟଧାରାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.