ସିନାପାଲି ଆଇସିଡିଏସ୍ କାର୍ଯ୍ୟାଳୟ ଘେରେଲେ ଅଙ୍ଗନୱାଡ଼ି ଓ ପାଚିକା କର୍ମୀ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ଅଙ୍ଗନୱାଡ଼ି କର୍ମୀ ଓ ପାଚିକା ସଂଘ ତରଫରୁ ୧୮ ଦଫା ଦାବୀ ନେଇ ଆଜି ସିନାପାଲି ସମ୍ୱନିତ ଶିଶୁ ବିକାଶ ପ୍ରକଲ୍ପ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଓ କରାଯାଇଛି । ସଂଘର କାର୍ଯ୍ୟକର୍ତ୍ତା ଓ ସଦସ୍ୟାମାନେ ସିନାପାଲି ବ୍ଲକ ଛକ ଠାରୁ ଏକ ବିଶାଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଆଇସିଡିଏସ୍ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଭିନ୍ନ ଦାବିକୁ ଉପସ୍ଥାପିତ କରି ସିଡିପିଓଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ ।

ଦାବୀ ଗୁଡିକ ହେଲା ଟିଏଚଆରଓ ଅଣ୍ତା ଏସଏଚଜିଙ୍କୁ ଦେବାକୁ ବନ୍ଦ କରାଯାଉ, ଏସଏନଟି ଚାଉଲ କେନ୍ଦ୍ରକୁ ଠିକ୍ ସମୟରେ ବଣ୍ଟନ ଓ ଓଜନ ସହ କେନ୍ଦ୍ରରେ ଓଜନ ମିସିନର ବ୍ୟବସ୍ଥା କରାଯାଉ, ଯୁଗ୍ମପାସ ବହିରେ ଆସୁଥିବା ବିଭିନ୍ନ ସାମଗ୍ରୀ ବାବଦକୁ ଜାଞ୍ଚ କମିଟିର ସୁପାରିସ କ୍ରମେ କିଣିବାକୁ ସୁଯୋଗ ଦିଆଯାଉ, ସୋଶିଆଲ ଅଡିଟ୍ ମାଧ୍ୟମରେ ୨୦୨୦/୨୧ ବର୍ଷ ରେ ଯେଉ ଅଙ୍ଗନବାଡି କର୍ମୀ ମାନଙ୍କର ରିକୋଭରି ହୋଇଛି ତାହା ରଦ୍ଦ କରାଯାଉ, ମିନି ଅଙ୍ଗନବାଡି କର୍ମୀ ମାନଙ୍କୁ ଅଙ୍ଗନବାଡି ମାନ୍ୟତା ଦିଆଯାଉ, ପ୍ରସବ କାଳୀନ ଛୁଟିର ଭତ୍ତା ଦିଆଯାଉ, ସମ୍ମନିୟ ଶିଶୁ ବିକାଶ ପ୍ରକଲ୍ପରେ ହେଉଥିବା ବିଭିନ୍ ବୈଠକରେ ଟିଏଡିଏ ଖର୍ଚ୍ଚ ବହନ କରାଯାଉ, ଏମଆଇଏସରେ ରେଜିଷ୍ଟ୍ରର ଯୋଗାଇ ଦିଆଯାଉ, ଏସଏମଟି ଟଙ୍କା ଓ ଚାଉଳ ଠିକ୍ ସମୟରେ ଯୋଗାଇ ଦିଆଯାଉ, ଠିକ୍ ସମୟରେ ମାସିକ ଟଙ୍କା ଦିଆଯାଉ, ବିନା କାରଣ ନଯାଣି ଦରମା ବନ୍ଦ କରାନଯାଉ, ପ୍ରତି ଅଙ୍ଗନବାଡି କେନ୍ଦ୍ରକୁ ରୋଷେଇକୁ ଆବଶ୍ଯକ ଆସବାବପତ୍ର ଯୋଗାଇ ଦିଆଯାଉ, ଏଭଲି ବିଭିନ୍ନ ସମସ୍ୟା ନେଇ ଦାବୀ ପତ୍ର ନେଇ ସିନାପାଲି ସିଡିପିଓଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ସିନାପାଲି ଅଙ୍ଗନବାଡି କର୍ମୀ ସଂଘ ସଭାପତି ପ୍ରେମବଲ୍ଲରି ହରପାଲ, ସମ୍ପାଦକ ଭାନୁମତୀ ନାଏକ, ଉପ ସଭାପତି ଉର୍ମିଲା ସୁନାନୀ, କବିତା ସାହୁ, ଜାନକି ମେହେର, ସୁଚିତ୍ରା କର, ଝରଣା ମେହେର, ସଂଙ୍ଗିତା ହଂସ, ରଂଜୁଲତା ଜଗତ, ତରୁଲତା ଭୋଇ, ବିନିତା ଜଗତ, ରୁକମଣି ବାଗ, ତିଲୋତମା ଜଗତ, ଯାଜ୍ଞସେନୀ ସୁନାନୀ, ବେଲମତି ମାଝି, ସରୋଜିନୀ ଦାସ, ଗୋପାବଲି ନାଏକ, ସମେତ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.