ଥଇଥାନ ହେଲେ ଉଦ୍ଧାର ହୋଇଥିବା ଅସହାୟ ବୃଦ୍ଧ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କିଛିଦିନ ତଳେ ଜଣେ ବୃଦ୍ଧ ଙ୍କୁ ସମାଜସେବୀ ଯଶୋବନ୍ତ ରଣା ଓ ରାଜେଶ ଗୌଡ଼ କର୍ଲାଗୁଡା ପଞ୍ଚାୟତ ଖଇର୍ମାଲ ଗାଁର ପୋଖରୀ ହୁଡ଼ାରୁ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ । ବୃଦ୍ଧ ଜଣକ ଡାକ୍ତରଖାନାରେ ୭ ଦିନ ଧରି ଚିକିତ୍ସିତ ହେବାପରେ ଅପ୍ରେଲ ୧୮ ତାରିଖ ଦିନ ମ. ରାମପୁରର ଶ୍ରୀ ରାମକୃଷ୍ଣ ଆଶ୍ରମକୁ ଥଇଥାନ କରିଛନ୍ତି । ବୃଦ୍ଧ ଡାକ୍ତରଖାନାରେ ଥିବା ସମୟରେ ଦୁଇଜଣ ସମାଜସେବୀ ପ୍ରତିଦିନ ଖାଇବା ଦେବା ସହ ଗାଧେଇ ଦେଉଥିଲେ । ୧୮ ତାରିଖ ଦିନ ଡ଼ିଏସଏସଓ ଶ୍ରୀ ମଦନଜିତ ହୋତାଙ୍କ ନିର୍ଦ୍ଦେଶରେ ଶ୍ରୀ ରାମକୃଷ୍ଣ ଆଶ୍ରମରୁ ଏକ ଗାଡି ଆସି ତାଙ୍କୁ ନେଇ ଯାଇଥିଲେ । ଏବେ ସେ ସେଠାରେ ସୁସ୍ଥ ଥିବlନେଇ ସୂଚନା ମିଳିଛି । ସମାଜସେବୀ ମାନଙ୍କ ଏହିପରି କାର୍ଯ୍ୟକୁ ଗ୍ରାମବାସୀ ସମାଜସେବୀ ଯଶୋବନ୍ତ ରଣା, ରାଜେଶ ଗୌଡ଼, ସରପଞ୍ଚ ଆଦିତ୍ୟ ନାଏକ, ଡ଼ିଏସଏସଓ ମଦନଜିତ ହୋତା, ଅରୁଣ ମହାପାତ୍ରଙ୍କୁ ସାଧୁବାଦ ଜଣେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.