ଝାରବନ୍ଧ ପଞ୍ଚାୟତ ପିଡିଏସ ଚାଉଳ ମହା ଘୋଟାଲା ଘଟଣା ନେଇ ସିନାପାଲି ବ୍ଲକ ଅଧ୍ଯକ୍ଷାଙ୍କ ତଦାରଖ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତରେ ପିଡିଏସ ଚାଉଳ ମହା ଘୋଟାଲା ହୋଇଥିବା ବେଳେ ଚାଉଲ ଦେବା ବଦଲରେ ରାସନକାର୍ଡ ଧାରି ଙ୍କୁ କିଲୋ ପିଛା ୧୦ ଟଙ୍କା ପଞ୍ଚାୟତ କତୃପକ୍ଷ ଦେଇଥିବା ବେଳେ ପଞ୍ଚାୟତ ଗୋଦାମ ଗ୍ରୁହରେ ପିଡିଏସ ଚାଉଳ ନରଖି ଆବାସ ଗ୍ରୁହ ରେ ପିଡିଏସ ଚାଉଳ ରଖିଥିବା ଅଭିଯୋଗ ହୋଇଛି। ଏନେଇ ଆଜି ସିନାପାଲି ବ୍ଲକ ଅଧ୍ଯକ୍ଷା ମାଧୁରୀ ମାଝି ଉକ୍ତ ପଞ୍ଚାୟତ ର ନାଗଝର ଗ୍ରାମକୁ ତଦାରଖ ପାଇଁ ଯାଇଥିଲେ। ସେହି ଗ୍ରାମର ଅନେକ ରାସନକାର୍ଡ ଧାରିଙ୍କ ସହ ଆଳୋଚନା କରିଥିଲେ। ପ୍ରକୃତତରେ ପିଡିଏସ ଚାଉଳ ନଦେଇ କିଲୋ ପିଛା ୧୦ ଟଙ୍କା ଦେଇଥିବା ଓ ପଞ୍ଚାୟତ ଗୋଦାମ ଗ୍ରୁହରେ ପିଡିଏସ ଚାଉଳ ନରଖି ଆବାସ ଗ୍ରୁହ ରେ ପିଡିଏସ ଚାଉଳ ରଖିଥିବା ବିଷୟରେ ପଚାରି ବୁଝିଥିଲେ। ହେଲେ ନାଗଝର ଗ୍ରାମର ଅନେକ ରାସନକାର୍ଡ ହିତାଧିକାରୀ ମାନେ ଉପସ୍ଥିତ ରହି ସତ୍ୟାସତ୍ୟ କଥା ପ୍ରକାଶ କରିଥିଲେ। ଫଳରେ ଶ୍ରୀମତି ମାଝି ଘଟଣାଟି ସତ୍ଯ ବୋଲି ଯାଣିବାକୁ ପାଇଥିଲେ। ଏହି ସମୟରେ ନାଗଝର ବାସୀ ଆହୁରି ଅନେକ ସମସ୍ୟା ଉପରେ ଅଭିଯୋଗ କରିଥିଲେ। ପ୍ରକାଶ ଯୋଗ୍ୟ ଯେ, ରାସନକାର୍ଡ ହିତାଧିକାରୀ ମାନଙ୍କୁ ନୂତନ ଭାବେ ରାସନକାର୍ଡ ଫ୍ରି ରେ ଦେବା ବଦଲରେ ୩୦ ଟଙ୍କା ପଞ୍ଚାୟତ କର୍ତ୍ତୁପକ୍ଷ ଆଦାୟ କରୁଥିବା ବେଳେ ହରିଶ୍ଚନ୍ଦ୍ର ଯୋଜନାରୁ ଗରିବ ନୀରିହ ଲୋକଙ୍କୁ ଯେଉଁ ସରକାରୀ ସାହାଯ୍ୟ ସହାୟତା ମିଳିବା କଥା ତାକୁ ମଧ୍ଯ ବାଟ ମାରଣା କରୁଥିବା ବେଲେ ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନା ର ସହାୟତା ନମିଲୁଥିବା ଉପସ୍ଥିତ ରହିଥିବା ଲୋକେ ଅଭିଯୋଗ କରିଥିଲେ। ଏନେଇ ବ୍ଲକ ଅଧ୍ଯକ୍ଷା ଶ୍ରୀମତି ମାଝି ଏହି ସବୁ ସମସ୍ୟାର ସମାଧାନ ତଥା ସୁବ୍ୟବସ୍ଥା ପାଇଁ ଚେଷ୍ଟା କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଚାଉଳ ମହା ଘୋଟାଲାରେ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ବହିଷ୍କାର କରିବାକୁ ଉପସ୍ଥିତ ଲୋକେ ଦାବୀ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.