ଗୁଡାରି ଠାରୁ ଭୁବନେଶ୍ୱର ପାଇଁ ଲିଙ୍କ ବସ ସେବାର ଶୁଭାରମ୍ଭ କଲେ ଜିଲ୍ଲାପାଳ

ଓଡ଼ିଆ ବାର୍ତ୍ତା/ ରାୟଗଡ (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଲାର ଗୁଡାରି ଏକ ପ୍ରମୁଖ ସହରାଞ୍ଚଳ ହୋଇଥିଲେ ମଧ୍ୟ ଏହି ଉପାନ୍ତ ଅଂଚଳ ନିମନ୍ତେ ସିଧାସଳଖ ରାଜ୍ୟ ରାଜଧାନୀ ଭୁବନେଶ୍ୱରକୁ ବସ ନଥିବାରୁ ଯାତ୍ରୀମାନଙ୍କୁ ନାହିଁନଥିବା ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା ।ସମସ୍ୟାର ସମାଧାନ ପାଇଁ ଗୁଡାରି ଜନସାଧାରଣ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିଯୋଗ କରିଥିଲେ । ଏହାକୁ ବିଚାର କରି ଓଡ଼ିଶା ସରକାର ଆଜି ଠାରୁ ଅର୍ଥାତ୍ ମଇ ମାସ ଏକ ତାରିଖରୁ ଏକ କ୍ୟାଣ୍ଟର ଗୁଡାରିରୁ ବାହାରି ଗୁମୁଡା ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ଭୁବନେଶ୍ୱର ଅଭିମୁଖେ ଯିବାକୁ ଥିବା ଯାତ୍ରୀଙ୍କୁ ନେବା ଆଣିବା କରିବା ପାଇଁ ଗୁଡାରିରୁ ଗୁମୁଡା ପର୍ଯ୍ୟନ୍ତ ଲିଙ୍କ ବସ ସେଵା ମଞ୍ଜୁର କରିଛନ୍ତି । ଏହି ଲିଙ୍କ ବସକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ଗୁଡାରିବାସୀ, ଜନପ୍ରତିନିଧି, ବିଡିଓ ଓ ଆନ୍ୟନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ । ବହୁଦିନ ପରେ ସରକାର ସମସ୍ୟାର ସମାଧାନ କରିଥିବାରୁ ବହୁତ ଖୁସି ବ୍ୟକ୍ତ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଅଞ୍ଚଳବାସୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.