ଘର ସିନ୍ଧି କରି ୫୩ ଗ୍ରାମ ସୁନା ଓ ୬୫ହଜାର ଟଙ୍କା ଚୋରୀ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଖମାରହଲଦୀ ଗ୍ରାମରେ ଗତକାଲି ରାତ୍ର ସମୟରେ ଜଣଙ୍କ ଘରୁ ଚୋରମାନେ ସିନ୍ଧି କରି ୫୩ ଗ୍ରାମ ସୁନା ଓ ୬୫ହଜାର ଟଙ୍କା ଚୋରୀ ହୋଇଥିବା ଅଭିଯୋଗ ହୋଇଥବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୋଗରୁ ଜଣାଯାଏ ଯେ ଖମାରହଲଦୀ ଗ୍ରାମର ନାରାୟଣ ନିଆଲ ନିଜ ଝିଅ ବାହାଘର କରିବା ପାଇଁ ଘରେ ପ୍ରାୟ ୫୩ ଗ୍ରାମ ସୁନା ଓ ୬୫ ହଜାର ଟଙ୍କା ରଖିଥିଲେ । ଗତକାଲି ରାତ୍ର ସମୟରେ ସମସ୍ତେ ଶୋଇଗଲା ପରେ ଚୋରମାନେ ତାଙ୍କ ଘର ପଛେ ପଟୁ ସିନ୍ଧି କରି ୫୩ ଗ୍ରାମ ସୁନା ଓ ୬୫ ହଜାର ଟଙ୍କା ଚୋରି କରି ନେଇ ପଳାଇଥିଲେ । ଚୋରି ହୋଇଥିବା କୋଠରୀରେ କେହି ଶୋଇନଥିବାରୁ ଘରଲୋକେ ଚୋରି ବିଷୟରେ କିଛି ଜାଣି ପାରିନଥିଲେ । ଘରଲୋକେ ସକାଳ ସମୟରେ ଏହି ଘଟଣା ଜାଣି ଗୋଲାମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ଗୋଲାମୁଣ୍ଡା ଥାନା ଆଇଆଇସି ଯୁଗଳ ଶବର ଓ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ ଆରମ୍ଭ କରିଛନ୍ତି । ଅନେକ ବର୍ଷ ତଳେ ଚୋରମାନେ ସନ୍ଧି କରି ଚୋରି କରୁଥିଲେ କିନ୍ତୁ ବର୍ତ୍ତମାନ ସମୟରେ ଚୋରମାନେ ସିନ୍ଧି କରି ଚୋରି କରିବା ଘଟଣା ଅଞ୍ଚଳ ପାଇଁ ନୁଆଁ ଓ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.