କବୟତ୍ରୀ ସଂଘମିତ୍ରା ରାଏଗୁରୁଙ୍କ କବିତା ପୁସ୍ତକ ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: କୋଠଘର ଆମ ସାହିତ୍ୟ ପରିବାର ପକ୍ଷରୁ କବି ସଂଘମିତ୍ରା ରାଏଗୁରୁଙ୍କର କବିତା ପୁସ୍ତକ “ଟୋପାଏ କାକରର ମୋହ” ଉନ୍ମୋଚିତ ହୋଇଯାଇଛି। କୋଠଘରର ପ୍ରତିଷ୍ଠାତା ତଥା ସମ୍ପାଦିକା ଅମ୍ବିକା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବି ଡ଼ଃ ଫନି  ମହାନ୍ତି, ବିଶିଷ୍ଟ ସାହିତ୍ୟିକା, ଅନୁବାଦିକା ଡ଼ଃ ଶକୁନ୍ତଳା ବଳିୟାର ସିଂହ, ବିଶିଷ୍ଟ ଲେଖିକା ଡ଼ଃ ପ୍ରବାସିନୀ ମହାକୁଡ଼, ବିଶିଷ୍ଟ କବି ବିପିନ ବିହାରୀ ଦଳାଇ, ହରିଶ୍ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ପୁସ୍ତକଟିର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରି ଭୂୟସୀ ପ୍ରଂଶସା କରିଥିଲେ। ସାହିତ୍ୟ ସମାଜର ପ୍ରତିଫଳନ, ଇର୍ଷା, ହିଂସା ଅସୂୟା ଭାବରୁ ଦୂରେଇ ରହିଲେ ସୁନ୍ଦର ସାହିତ୍ୟ ରଚନା ହୋଇ ପାରିବ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲ।‌ ବିଶିଷ୍ଟ  କବି ଭାଷା ବିଜ୍ଞାନୀ ଡ଼ଃ ଦେବାଶିଷ ମହାପାତ୍ର, ଡ଼ଃ ଅଞ୍ଜଳି ତ୍ରିପାଠୀ, କବି ମମତା ବାରିକ, ନମିତା  ପାଇକ ରାୟ, ସୁଷମା ପରିଜା, ଅନିତା ପାଣି ଯୋଗଦେଇ ଉନ୍ମୋଚିତ ପୁସ୍ତକରୁ କବିତା ପାଠ କରିଥିଲେ।

ଟିଭି ଉପସ୍ଥାପକ ଶିବାନନ୍ଦ ବାରିକ ଓ ସଂଯୋଜିକା ଶର୍ବାଣି ଦାଶ କାର୍ଯ୍ୟକ୍ରମର ସଂଚାଳନା  କରିଥିଲେ। ପୁସ୍ତକଟିର ରଚୟିତା ସଂଘମିତ୍ରା ରାଏଗୁରୁ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ମୋନିକା ମହାପାତ୍ର ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ।  ଆମ ଓଡ଼ିଶାର ମହାନ ଦିବଂଗତ  ଲେଖିକା ଡ଼ଃ ବୀଣାପାଣି ମହାନ୍ତି ଓ ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ କରଙ୍କ ଉଦ୍ୟେଶରେ ନିରବ ପ୍ରାର୍ଥନା କରା ଯାଇଥିଲା। ପରିଶେଷରେ ଶିକ୍ଷା ପରାମର୍ଶ ଦାତା ଜ୍ଞାନଚାନ୍ଦ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଭରଚୁଆଲ ସାରସ୍ୱତ ସଭାରେ. କୋଠଘରର ସମସ୍ତ ସଦସ୍ୟ ଓ କବି ଡ଼ଃ ଜ୍ୟୋତ୍ସ୍ନା  ତ୍ରିପାଠୀ, ଭାରତୀ  ପରିଡା, ସବ୍ୟସାଚୀ ବିଶୋଇ, ମଞ୍ଜୁଲତା ସିଂ, ଅନିମା ପଟ୍ଟନାୟକ, ଆଶୁତୋଷ ମେହେର, ଗାୟତ୍ରୀ ତ୍ରିପାଠୀ ପଦ୍ମାଳୟା ମିଶ୍ର ପ୍ରଭୁତି  ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.