ବାଲସି ପଞ୍ଚାୟତ ପରିଦର୍ଶନରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି

ପାନୀୟଜଳ, ଚେକଡ୍ୟାମ ଓ ବିବିଧ ବିଷୟରେ ପଞ୍ଚାୟତ କର୍ତୃପକ୍ଷଙ୍କ ସହ କଲେ ଆଲୋଚନା : ଉନ୍ନୟନମୂଳକ କାର୍ଯ୍ୟର କଲେ ସ୍ଥିତି ସମୀକ୍ଷା

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ପଞ୍ଚାୟତ ସମିତିର ନବ ନିର୍ବାଚିତ ଅଧ୍ୟକ୍ଷ ଚନ୍ଦନ ସେନାପତି ଆଜି (ମଙ୍ଗଳବାର) ବାଲସି ଗ୍ରାମ ପଞ୍ଚାୟତ ପରିଦର୍ଶନରେ ଆସି ପହଞ୍ଚିଥିଲେ । ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବାପରେ ଏହା ତାଙ୍କର ପ୍ରଥମ ବାଲସି ଗସ୍ତ ଥିଲା । ଏହି ଗସ୍ତ ସମୟରେ ଶ୍ରୀଯୁକ୍ତ ସେନାପତି ଭମରମାଲ ଗ୍ରାମ ଆରଡ଼ି ରାସ୍ତା ଠାରୁ ବେଳାମାଲକୁ ସଂଯୋଗ ହେଉଥିବା ନିର୍ମାଣଧୀନ ମାଟି ରାସ୍ତା ଓ ମଶାଣିବନ୍ଧ ଗ୍ରାମର ଦେହେରେନ ଜୋର ନିକଟରେ ଆରଡ଼ି ବିଭାଗର ଅର୍ଦ୍ଧ ନିର୍ମିତ ବ୍ରିଜକୁ ପରିଦର୍ଶନ କରିଥିଲେ । ଦେହେରେନ ଜୋରର ପାର୍ଶ୍ବରେ ଥିବା ଗଭୀର କୂଅରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଳ୍ପ ପାଣି ଥିବାରୁ ବାଳସି ଗ୍ରାମକୁ ପାନୀୟଜଳ ଯୋଗାଣ ହେଇ ପାରୁ ନଥିବାରୁ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେଷ। ବାଲସିଗ୍ରାମକୁ ପାନୀୟଜଳ ଯୋଗାଣ ପାଇଁ କର୍ଲାଖୁଣ୍ଟା ଜୋରରୁ ଏକ ନୂତନ ଭାବେ ପାଣି ଟାଙ୍କି ନିର୍ମାଣ କରିବା ପାଇଁ ଆଲୋଚନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବାଲସି ଗ୍ରାମ ସ୍ଥିତ ଜବାବାହାର ଉଚ୍ଚ ବିଦ୍ୟାପୀଠ(କ) କୁ ମଧ୍ୟ ପରିଦର୍ଶନ କରିଥିଲେ । ଏହି ବିଦ୍ୟାପୀଠରେ ଇତିମଧ୍ୟରେ ମାଟ୍ରିକପରୀକ୍ଷା କେନ୍ଦ୍ର ଅନୁଷ୍ଠିତ ହୋଇଥିଲା । ବିଦ୍ୟାପୀଠର ଉତ୍ତରଦିଗରେ ବାଡ଼ା ନଥିବାରୁ ଟିଣ ଚଦରରେ ଅସ୍ଥାୟୀ ବାଡ ଘେରାଯାଇ ମେଟ୍ରିକ ପରୀକ୍ଷାକରା କରାଯାଇଛି । ଏଠାରେ ଏକ ପାଚେରୀ ନିର୍ମାଣପାଇଁ ଶିକ୍ଷକଗଣ ଦାବି କରିଥିବା ଜଣାପଡିଛି । ଏହାପରେ ବାଲସି ଗ୍ରାମ ପଞ୍ଚାୟତରେ ଆୟୋଜିତ ଏକ ସାଧାରଣ ବୈଠକରେ ଯୋଗ ଦେଇଥିଲେ ବ୍ଲକ ଅଧ୍ୟକ୍ଷ । ଗ୍ରାମ ପଞ୍ଚାୟତ ପକ୍ଷରୁ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ବୈଠକରେ ବାଲସି ଗ୍ରାମରେ ସ୍ବାସ୍ଥ୍ୟକର୍ମୀଙ୍କପାଇଁ ପାଣି ଟାଙ୍କି ନିକଟରେ ଏକ ବିଲଡିଙ୍ଗ ନିର୍ମାଣ ପାଇଁ ଆଲୋଚନା କରାଯାଇଥିଲା ।କର୍ଲାଖୁଣ୍ଟା ଗ୍ରାମ ଜୋର ନିକଟରେ ନୂତନ ଏକ ଇନଟେକ ନିର୍ମାଣ, କୋକୋଡ଼ମାଲ ଗ୍ରାମର ଏମଇ ସ୍କୁଲ ଶ୍ରେଣୀ ଗୃହ ନିର୍ମାଣ, ବ୍ଲକର ଚେକ ଡ୍ୟାମରେ ପାଣି ଶୁଷ୍କ ରହୁଥିବା ନେଇ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ବାଲସି ଗ୍ରାମରେ ରାସ୍ତା, ଡ୍ରେନ, ନଳକୂପ ଖନନ ଓ ମାଛ ଚାଷ ବିଷୟ ଆଲୋଚନା କରାଯାଇଥିଲା । ଏଥିରେ ବାଲସି ସରପଞ୍ଚ ବାସନ୍ତୀ ସୁନା, ପିଇଓ ଆନନ୍ଦ ମହାନନ୍ଦ, ଜିପିଓ ଜୟନ୍ତ କୁମାର ମୁଣ୍ଡ, ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଯୋଗଦେଇଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.