ଜୀବନ ଜୀବିକା ଉଦ୍ୟୋଗ ବିକାଶ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଜିଲ୍ଲା ଶିଳ୍ପ କେନ୍ଦ୍ର କଳାହାଣ୍ଡି, ଶିଳ୍ପ ନିର୍ଦ୍ଦେଶାଳୟ ଓଡିଶା ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନର ମିଳିତ ଆନୁକୂଲ୍ୟରେ ଜୁନାଗଡ ବ୍ଲକ ମୁଣ୍ଡୁରାଗୁଡା ଠାରେ ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ଜୀବନ ଜୀବିକା ଉଦ୍ୟୋଗ ବିକାଶ ଶିବିର ଉଦଯାପିତ ହୋଇଯାଇଛି। ଏଥିରେ ୩୦ଜଣ ଯୁବ ଉଦ୍ୟୋଗୀ ଅଂଶ ଗ୍ରହଣ କରି ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଉଦ୍ୟୋଗ ସମ୍ବନ୍ଧୀୟ ବିଷୟ ବସ୍ତୁ ଉପରେ ତାଲିମ ନେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉଦଯାପନୀ ଉତ୍ସବରେ ମୂଖ୍ଯ ଅତିଥି ଭାବରେ ଜୁନାଗଡ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୂଖ୍ଯ ଶାଖା ପରିଚାଳକ ମାନସ କୁମାର ମୁଣ୍ଡ ଯୋଗଦେଇ ଉଦ୍ୟୋଗ ସ୍ଥାପନ ପାଇଁ ବ୍ୟାଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହ ଗ୍ରାମାଞ୍ଚଳରେ ଶିଳ୍ପ କେନ୍ଦ୍ରର ଏଭଳି ଆୟୋଜନକୁ ପ୍ରଶଂସନୀୟ ଓ ସ୍ବାଗତ ଯୋଗ୍ୟ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଶିଳ୍ପ କେନ୍ଦ୍ର ମୂଖ୍ଯ ପରିଚାଳକ ମୋହନ ଶବର, ଆଇପିଓ ଚିନ୍ମୟୀ ଭୋଇ, ଶିକ୍ଷାବିତ ପ୍ରବୀଣ କୁମାର ପଣ୍ଡା, ଯୁବ ସମାଜସେବୀ ଚନ୍ଦ୍ରଭାନୁ କୈବର୍ତ୍ତ, ସଂଜୟ ସୁନାନୀ ପ୍ରମୂଖ ଯୋଗଦେଇଥିଲେ।

Udyog Nursery
Udyogi Nursery

ସଂଗଠନ ସମ୍ପାଦକ ଅବିନାଶ ମୁଣ୍ଡ ଏହି ୧୨ଦିନ ବ୍ୟାପି ଚାଲୁଥିବା ଶିବିରକୁ ପରିଚାଳନା କରିଥିବା ବେଳେ ପଦ୍ମାବତୀ ପଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ୩୦ଜଣ ପ୍ରଶିକ୍ଷଣ ନେଉଥିବା ଯୁବକ ଯୁବତୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ସ୍ବେଚ୍ଛାସେବୀ ଦେବାଶିଷ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.