‘ଯାହାର ଜିଜ୍ଞାସା ଯେତେ ପ୍ରଗାଢ଼ ସେ ସେତିକି ଜ୍ଞାନୀ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ନିରନ୍ତର ଭାବରେ ପ୍ରତି ଗୁରୁବାର ଦିନ ଚାଲି ଆସୁଥିବା ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ମଇ ୨୬ ସନ୍ଧ୍ୟାରେ ଭର୍ଚୁଆଲ ମାଧ୍ଯମରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟିକ କବି ବନ୍ଧୁ ପରିବାରର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସଙ୍କର ସଭାପତିତ୍ୱରେ ପରିବାରର ବରିଷ୍ଠ ଉପଦେଷ୍ଟା ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ରଙ୍କର ପୌରହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରବଚକ, ଆଲୋଚକ, ଅଧ୍ୟାପକ ପଣ୍ଡିତ ପ୍ରଦୀପ୍ତ କୁମାର ମିଶ୍ର ଯୋଗ ଦେଇ ଜ୍ଞାନଯୋଗର ଦଶଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା ଓ ବ୍ୟାଖ୍ୟା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଯେଉଁମାନେ ଶ୍ରଦ୍ଧାବାନ୍ ଓ ଅସୂୟା ଶୂନ୍ୟ ହୋଇ ଶ୍ରୀକୃଷ୍ଣଙ୍କ ମତକୁ ସର୍ବଦା ଅନୁସରଣ କରନ୍ତି, ସେମାନେ କର୍ମବନ୍ଧନରୁ ମୁକ୍ତ ହୋଇ ଯାଆନ୍ତି। ଯିଏ ଜୀବନକୁ ଭଲଭାବେ ଜାଣିଛି ସେ ଜଗତକୁ ଜିଣିଛି। ଏ ଜିଣିବା ଓ ଜାଣିବା ଅନୁଭବର କଥା, ଆତ୍ମାର କଥା, ବିଚାରର କଥା, ଅନ୍ତରଙ୍ଗର କଥା, ଆତ୍ମ ସମୀକ୍ଷାର କଥା, ଆତ୍ମ ଜିଜ୍ଞାସାର କଥା। ଯାହାର ଜିଜ୍ଞାସା ଯେତେ ପ୍ରଗାଢ଼ ସେ ସେତିକି ଜ୍ଞାନୀ, ଯାହାର ଜିଜ୍ଞାସାରେ ପୂର୍ଣ୍ଣଚ୍ଛେଦ ସେ ଅଜ୍ଞାନ ବୋଲି ପଣ୍ଡିତ ଶ୍ରୀଯୁକ୍ତ ମିଶ୍ର ମତ ପ୍ରକାଶ କରିଛନ୍ତି। ସାହିତ୍ୟିକ କବି ବନ୍ଧୁ ପରିବାରର ସମ୍ପାଦିକା ପ୍ରଣତି ମହାପାତ୍ର ପ୍ରାରମ୍ଭରେ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ସାରସ୍ଵତ ଗୀତାମୃତ ପ୍ରେମୀମାନେ ଯୋଗ ଦେଇଥିଲେ। ପରିବାରର ବଡ଼ଭାଇ ବିଶ୍ବେଶ୍ବର ମାଝୀ ଓ ଉପଦେଷ୍ଟା ଅରୁଣ କୁମାର ମହାପାତ୍ର ଅତିଥିଙ୍କୁ ପୁନର୍ବାର ଉକ୍ତ କାର୍ଯ୍ୟକ୍ରମର ପରବର୍ତ୍ତୀ ସମୟରେ ଯୋଡି ହେବାକୁ ନିମନ୍ତ୍ରଣ ରଖିଥିଲେ। ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ ଗୀତାଞ୍ଜଳି ପୃଷ୍ଟି ଧନ୍ୟବାଦ ଓ ଶାନ୍ତିପାଠ ସହ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.