ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ ବିଭିନ୍ନ ଗାଁରେ ପ୍ରଥପ୍ରାନ୍ତ ନାଟକ ପରିବେଷିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଭାରତ ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ଶାଖା ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଏବଂ ୟୁନିସେଫ ଓଡିଶା ମିଳିତ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁରେ ବାଲ୍ୟବିବାହ, ଶିଶୁ ଶ୍ରମିକ ପ୍ରଥା ଉଛେଦ ପାଇଁ ପ୍ରଥପ୍ରାନ୍ତ ନାଟକ ମାଧ୍ୟମ ରେ ସଚେତନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗତକାଲି ଗୋଲାମୁଣ୍ଡା ବ୍ଳକ ସକ୍ରିପାଲି, ଫୁଣ୍ଡା, ପଟିଆ ଚୁରା, ପଦ୍ମପୁର, ନୁଆଁ ମୁଣ୍ଡା, କର୍ମାଠ, ବନ୍ଧା ଗାଁ ଠାରେ ପ୍ରଥପ୍ରାନ୍ତକ ନାଟକ ଅନୁଷ୍ଠିତ ହୋଇଯାଇଛି । ଏହି ଗାଁ ମାନଙ୍କରେ ସୋନପୁର ଜିଲ୍ଲାର ବୀଣାପାଣି ସାହିତ୍ୟ କଲା ସାଂସଦ ଅନୁଷ୍ଠାନର କଳାକାରମନେ ପ୍ରଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ ଓ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିଲେ । ଉପସ୍ଥିତ ଦର୍ଶକ ମାନେ ମଧ୍ୟ ଏହି ପ୍ରଥପ୍ରାନ୍ତ ନାଟକକୁ ଉପଭୋଗ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ସମ୍ମାନିତ ଅତିଥି ଭାବେ ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋକ ପ୍ରସନ୍ନ ମେହେର ଏବଂ ମୁଖ୍ୟ ଅତିଥି ୟୁନିସେଫ ଓଡିଶା ର ପ୍ରୋଗ୍ରାମ ଲିଡ଼ ୟୁନିସେଫର ଅଫିସର ପ୍ରକାଶ ପ୍ରଧାନ ଏବଂ ଯୁବ ସ୍ବେଛାସେବୀ ଛବିଲାଲ ତାଣ୍ଡି , ରଶ୍ମିତା ମାଝୀ ଉପସ୍ଥିତ ରହି ସହଯୋଗ କରିଥିବାବେଳେ ବିଭିନ୍ନ ଗାଁ ମାନଙ୍କରେ ସରପଞ୍ଚ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ୱାର୍ଡ ମେମ୍ବର, ଶିକ୍ଷକ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁରେ ଆହୁରି ଦୁଇ ଦିନ ଧରି ଚାଲୁ ରହିବ ବୋଲି ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.