ଓଡ଼ିଆ ବାର୍ତ୍ତା/ ପଦ୍ମପୁର: ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ଠାରେ ଆଜି ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ଏକ ତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଏଥିରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ମଧୁସୂଦନ ସରାଫ, କଲ୍ୟାଣୀ ସାହୁ ଓ କିରଣ କୁମାର ବାଗ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଯୁବ ରେଡକ୍ରସର ପରାମର୍ଶଦାତା ତଥା କାର୍ଯକ୍ରମର ସଂଯୋଜକ ପ୍ରାଧ୍ୟାପକ ବିଦ୍ୟାଧର ଦାଶ କାର୍ଯକ୍ରମ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥଲେ । ପ୍ରାଧ୍ୟାପକ ସରୋଜ କୁମାର ପ୍ରଧାନ, ଡକ୍ଟର ଦୁଃଖିଶ୍ୟlମ ସାହୁ, ଅଧ୍ୟାପିକା ମୋନାଲିସା ସ୍ୱାଇଁ ଓ ଡକ୍ଟର ଭେଙ୍କଟେଶ ମେହେର ବିଚାରକ ରୂପେ ଯୋଗ ଦେଇ କାର୍ଯକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ ।