ଭୁତିଆରବାହାଲ ଗୌନ୍ତିଆ ଡିଗେଶ୍ବର ଭୋଇଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ): ଭୁତିଆରବାହାଲ ଗ୍ରାମର ଗୌନ୍ତିଆ ଡିଗେଶ୍ବର ଭୋଇ ମଙ୍ଗଳବାର ସକାଳ ଆଠଟା ସମୟରେ ତାଙ୍କ ବାସଭବନରେ ଇହଧାମ ତ୍ଯାଗ କରିଛନ୍ତି। ସେ ଜଣେ ସମଭାବାପନ୍ନ ଅମାୟିକ, ବନ୍ଧୁବତ୍ସଳ ତଥା ହୃଦୟବାନ ବ୍ଯକ୍ତି ଥିଲେ। ସେ ଅନେକ ଅନୁଷ୍ଠାନ ସହ ଅନ୍ତରଙ୍ଗ ଭାବେ ଜଡିତ ରହିଥିଲେ। ସେ ଉତ୍କଳମଣି ଯୁବକ ସଂଘ ଭୁତିଆରବାହାଲର ପ୍ରତିଷ୍ଠାତା ସଭାପତି, ସଚ୍ଚିଦାନନ୍ଦ ହାଇସ୍କୁଲର ସମ୍ପାଦକ ଓ ସଭାପତି, କୁଠୁର୍ଲା ସମବାୟ ସମିତିର ସଭାପତି, ବିଜୁ କୃଷକ ଜନତା ଦଳର ପ୍ରଥମ ବ୍ଲକ ସଭାପତି, ବଲାଙ୍ଗୀରର ବ୍ଲକ୍, ବିଜୟ ରଥଯାତ୍ରାର ସର୍ବକାଳୀନ ସଭାପତି, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଥମ ଉପସଭାପତି, ଜଗନ୍ନାଥ ଚେତନାର ସଭାପତି, ପଣତକାନି ସାହିତ୍ଯ ପତ୍ରିକାର ଉପଦେଷ୍ଟା, ମୀନାକୁମାରୀ ସ୍ମୃତି ସଂସଦର ପ୍ରତିଷ୍ଠାତା ତଥା ଆହୁରି ଅନେକ ଅନୁଷ୍ଠାନ ସହ ଜଡିତ ଥିଲେ। ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଶବଯାତ୍ରାରେ ଭୁତିଆରବାହାଲ ଗ୍ରାମପଞ୍ଚାୟତର ସରପଞ୍ଚ, ଗ୍ରାମର ଅନେକ ଲୋକ ସାମିଲ ସାମିଲ ହୋଇଥିଲେ। ଶୋକସନ୍ତପ୍ତ ପରିବାରକୁ ସଚ୍ଚିଦାନନ୍ଦ ହାଇସ୍କୁଲର ଶିକ୍ଷକବୃନ୍ଦ, ଅନେକ ଅନୁଷ୍ଠାନର ସଭ୍ଯସଭ୍ୟା, ସରପଞ୍ଚ, ଗ୍ରାମବାସୀ, ତାଙ୍କର ଶୁଭେଚ୍ଛୁ ତଥା ଓଡିଆ ବାର୍ତ୍ତା ପରିବାର ସମବେଦନା ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.