କେସିଙ୍ଗା ବ୍ଲକର ଦୁଇ ଜଣ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ବ୍ଲକ ଅନ୍ତର୍ଗତ ବିନେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ଭୋଇ ଗତ ଏପ୍ରିଲ ଓ ପିପଲଭାଡ଼ି ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଗତ ମଇ ମାସରେ ଉଭୟେ ଅବସର ଗ୍ରହଣ କରିଥିଲେ। ତେଣୁ ଉଭୟଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।


ବିନେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରାଜେଶ୍ୱରି ପ୍ରଧାନଙ୍କ ସଭାପତିତ୍ବରେ ବିଦାୟୀ ଶିକ୍ଷକ କୃଷ୍ଣଚନ୍ଦ୍ର ଭୋଇଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ବବ୍ରୁବାହନ ପ୍ରଧାନ, ସମ୍ମାନିତ ଅତିଥି ଭାବରେ କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁରେନ୍ଦ୍ର କୁମାର ଦୋରା ଓ ସିଆରସିସି ସଞ୍ଜୀବ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ଶ୍ରୀ ଭୋଇଙ୍କ ଶିକ୍ଷକତା ଜୀବନର ଅବଦାନ ଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ସେ ଜଣେ ଛାତ୍ରପ୍ରେମୀ ତଥା ଶିକ୍ଷାଦାନାକୁ ବ୍ରତ ଭାବରେ ଗ୍ରହଣ କରି ନିଷ୍ଠାପର ଭାବରେ କାର୍ଯ୍ୟ ସମ୍ପାଦନ କରି ଥିବାରୁ ଭୂରି ଭୂରି ପ୍ରସଂଶା କରିଥିଲେ ଓ ଆଗାମୀ ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁଦେଶ୍ନା ପାଇକରାୟ, ମମତା ପଟ୍ଟନାୟକ ସୁଭସ୍ମୀତା ଦାସ, ସୋଭଲିନ ଦାସ, ବନ୍ଦିତା ଭୋଇ, ବ୍ରଜ ସାହୁ, ନିତ୍ୟାନନ୍ଦ ସାହୁ, ବିରଞ୍ଚି ମହାପାତ୍ର, ଗୁଲୁ ମାଝୀ, ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ବରିଷ୍ଠ ଶିକ୍ଷକ କୈଳାସ ବିଶି ମଞ୍ଚ ସଂଚାଳନ କରିଥିବାବେଳେ ବନମାଳୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


ସେହିପରି ଭାବେ ପାଷ୍ଟିକୁଡି କ୍ଲଷ୍ଟର ସ୍ତରୀୟ ଅବସର କାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷୟତ୍ରୀ ପ୍ରେମଳତା ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ କୁଶ ସାହୁ, ମୁଖ୍ୟ ବକ୍ତା ଭାବେ ଫଟକାମାଲ ସିଆରସିସି ସୁଶୀଲ କୁମାର ମାହାର, ସମ୍ମାନିତ ଅତିଥି ଭାବେ ପାଷ୍ଟିକୁଡି ସିଆରସିସି ଅକ୍ଷୟ କୁମାର ରଥ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରୀନିବାସ ଆଚାରୀ, ଚନ୍ଦ୍ରଦ୍ବଜ ଦାଶ, ଦୟାନିଧି ଶବର, ଦିଗାମ୍ବର ଶବର ଓ ସମସ୍ତ ଶିକ୍ଷକ ବୃନ୍ଦ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.