ରାଧେଶ୍ୟାମ ଖେତାନ ଅଧ୍ୟକ୍ଷ, ପ୍ରଦୀପ ଅଗ୍ରଓ୍ୱାଲ ସଚିବ
ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅଖିଳ ଭାରତୀୟ ମାରୱାଡି ସମ୍ମେଳନ ରୁପ୍ରାରୋଡ ଶାଖାର ନୂତନ କର୍ମକର୍ତ୍ତା ଚୟନ ଏବଂ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଅଗ୍ରେସନ ଭବନଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରାଧେଶ୍ୟାମ ଖେତାନ ଶାଖା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ, ପ୍ରଦୀପ ଅଗ୍ରଓ୍ୱାଲ ଶାଖା ସଚିବ, କୋଷାଧ୍ୟକ୍ଷ ଭାବେ ଶ୍ୟାମ ସୁନ୍ଦର ଶର୍ମା, ଉପାଧ୍ୟକ୍ଷ ଭାବରେ ବିମଲ କେଡ଼ିଆ ଓ ଦିନେଶ ଅଗ୍ରୱାଲ, ସହ ସଚିବ ଭାବେ ବିଜୟ ଅଗ୍ରୱାଲ ଏବଂ ଆଇନ ପରାମର୍ଶ ଦାତା ଭାବେ ଗୋବିନ୍ଦ ରାମ ଖେତାନ ମନୋନୀତ ହୋଇଛନ୍ତି। ପୂର୍ବତନ ଅଧ୍ୟକ୍ଷ ସୁବାଷ ଅଗ୍ରୱାଲ ଏବଂ ସତ୍ୟନାରାୟଣ ଜୈନ ମଞ୍ଚାସୀନ ଥିବାବେଳେ ରତନ ଅଗ୍ରୱାଲ, ଅନୀଲ ଅଗ୍ରୱାଲ, ଗୋବିନ୍ଦ ଅଗ୍ରୱାଲ, ଓମ ପ୍ରକାଶ ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।