ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକ ମୋହନଗିରୀ ଷ୍ଟେଟ ବ୍ରିଗେଡ ସ୍କୁଲ ଠାରେ ଆଜି ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେଇଯାଇଛି। ବିଦ୍ୟାଳୟର ଅଧକ୍ଷ ଦିବାକର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ପ୍ରଶିକ୍ଷକ ଭାବରେ ଏକଲ ଅଭିଯାନ ତରଫରୁ ଅଞ୍ଜନ ପାତ୍ର, ସୁରେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ଭକ୍ତ ସଗ୍ରିଆ, ଭରତ ସା, ନାରାୟଣ ଥନାପତିଙ୍କ ସମେତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ।





