ନିରାପଦ ପାନୀୟ ଜଳ ଯୋଜନା – କେନ୍ଦ୍ର ନିର୍ଦ୍ଦେଶାବଳି ଉଲଘଂନ!

ରାଜ୍ୟ ସକାରଙ୍କ ଉଦାସୀନତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଗ୍ରାମାଞ୍ଚଳ ଲୋକମାନଙ୍କୁ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଯୋଗାଇ ଦେବା ପାଇଁ ରାଜ୍ୟରେ ୭୬ଟି ପାନୀୟ ଜଳ ମାନ ନିର୍ଦ୍ଧାରଣ ପାଇଁ ପରୀକ୍ଷାଗାର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଅଧିନରେ ଖୋଲାଯାଇଛି । ଏଥି ମଧ୍ୟରୁ ୩୦ଟି ଜିଲ୍ଲାସ୍ତରୀୟ ଓ ୪୬ ଟି ଉପଜିଲ୍ଲାସ୍ତରୀୟ ପରୀକ୍ଷାଗାର ରହିଛି । ପରୀକ୍ଷାଗାର ଗୁଡିକର ଭିତ୍ତିଭୂମି ବିକାଶ ପାଇଁ ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ମନ୍ତ୍ରଣାଳୟ କୋଟି କୋଟି ଟଙ୍କାର ବିପୁଳ ଅନୁଦାନ ରାଶି ରାଜ୍ୟକୁ ପ୍ରଦାନ କରୁଥିଲେ ମଧ୍ୟ କିଛି ଅଧିକାରୀ ମାନଙ୍କ ସ୍ୱାର୍ଥନ୍ୱେଷ ମନୋଭାବ ଯୋଗୁଁ ପରୀକ୍ଷାଗାର ଗୁଡିକ ସ୍ଥାଣୁ ପାଲଟିଯାଇଛି ଓ ନାମକୁ ମାତ୍ର କାର୍ଯ୍ୟକ୍ଷମ ହେଉଛି । ଏହାର ମୁଖ୍ୟ କାରଣ ହେଉଛି ଲାବ୍ରୋଟ୍ରେରୀ ଗୁଡିକର ଭିତ୍ତିଭୁମି ବିକାଶ ପାଇଁ କେନ୍ଦ୍ର ପ୍ରସ୍ତୁତ ଗାଇଡ୍‍ ଲାଇନକୁ ଉଲଂଘନ ଓ ଅଧିକାରୀ ମାନଙ୍କ ବେପରୁଆ ମନୋଭାବ ।

Omkar Vasthu
Omkar Vasthu

ପରୀକ୍ଷାଗାର ସୁପରିଚାଳନା ପାଇଁ ଭାରତ ସରକାରଙ୍କ ପାନୀୟ ଜଳ ମନ୍ତ୍ରାଣାଳୟ ଏକ ପାନୀୟ ଜଳ ଗୁଣବତ୍ତା ନିରୀକ୍ଷଣ ପ୍ରୋଟୋକଲ୍‍ ନାମରେ ଏକ ଗାଇଡ୍‍ ପୁସ୍ତିକା ରାଜ୍ୟ ସରକାରଙ୍କୁ ପ୍ରେରିତ କରିଛନ୍ତି । ଏହି ପ୍ରୋଟୋକଲ୍‍ ନିର୍ଦ୍ଦେଶନାମା ଅନୁସାରେ ପରୀକ୍ଷାଗାରର ବିକାଶ କରାଯିବ, କିନ୍ତୁ କ୍ଷୋଭର ବିଷୟ ଏହି ପ୍ରଟୋକଲ୍‍କୁ ଆଜି ପର୍ଯ୍ୟନ୍ତ ରାଜ୍ୟ ପଞ୍ଚାୟତୀରାଜ ଓ ପାନୀୟଜଳ ବିଭାଗ ତରଫରୁ କାର୍ଯ୍ୟକାରୀ କରାଯାଇ ନାହିଁ । ଫଳରେ ଶୁଦ୍ଧ ପାନୀୟ ଜଳ ମାନ ନିର୍ଦ୍ଧାରଣ କ୍ଷେତ୍ରରେ ଘୋର ବିଭ୍ରାଟ ସୃଷ୍ଟି ହୋଇଛି ।

Pearl dental clinic
Near Ashish Medical Store, Bhawanipatna

ପ୍ରୋଟୋକଲ୍‍ ଅନୁସାରେ ରାଜ୍ୟର ପ୍ରତ୍ୟେକ ଲାବ୍ରୋଟେରୀରେ ସର୍ବନିମ୍ନ ୮ ଜଣ ସ୍ଥାୟୀ କର୍ମଚାରୀ ନିଯୁକ୍ତି ହେବା କଥା ଯଥା; ମୁଖ୍ୟ ରସାୟାନବିତ୍ତ- ୧ ଜଣ, ରସାୟନବିତ- ୧ ଜଣ, ଜୀବାଣୁ ତତ୍ତ୍ୱବିତ୍ତି- ୧ ଜଣ, ପରୀକ୍ଷାଗାର ସହାୟକ- ୨ ଜଣ, ଡାଟାଏଣ୍ଟ୍ରି ଅପରେଟର- ୧ ଜଣ, ନମୂନା ସଂଗ୍ରହକାରୀ- ୨ ଜଣ । ଏହି ପ୍ରୋଟୋକଲ୍‍ ଉପେକ୍ଷାକରି ଜିଲ୍ଲାସ୍ତରୀୟ ପରୀକ୍ଷାଗାରରେ ମାତ୍ର ଜଣେ ମାତ୍ର ସ୍ଥାୟୀ କନିଷ୍ଠ ପରୀକ୍ଷାଗାର ସହାୟକରେ କାମ ଚାଲିଛି। ଉପଜିଲ୍ଲା ସ୍ତରରେ ୩ ଜଣ କର୍ମଚାରୀ ଆଉଟ ସୋର୍ସିଙ୍ଗରେ ନିଯୁକ୍ତ ହୋଇଯାଇଛି। କେନ୍ଦ୍ରୀୟ ନିର୍ଦ୍ଦେଶନାମା ଅନୁସାରେ ପରୀକ୍ଷାଗାରରେ ସ୍ଥାୟୀ ନିଯୁକ୍ତ କର୍ମଚରୀ ରହିବା କଥା ଯେଉଁମାନଙ୍କର ଉତ୍ତରଦାୟିତ୍ୱ ରହିବ। କିନ୍ତୁ ପରିତାପର ବିଷୟ କେବେଳ ବିଧି ରକ୍ଷାପାଇଁ ଲାବ୍ରୋଟେରୀ ଖୋଲାଯାଇଛି କେନ୍ଦ୍ରୀୟ ଅନୁଦାନ ଆତ୍ମସାତ ପାଇଁ ।

Udyog Nursery
Udyogi Nursery

ପ୍ରୋଟକଲ୍‍ର ଗାଇଡ୍‍ ଲାଇନ ଅନୁସାରେ କର୍ମଚାରି ନିଯୁକ୍ତି କରାନଯାଇ ପ୍ରୋଟୋକଲ୍‍ ରେ ଥିବା ନିର୍ଦ୍ଦେଶନାମା ଅନୁସାରେ ବର୍ଷକୁ ୩ ହଜାର ଜଳନମୂନା ପରୀକ୍ଷା କରାଯିବାକୁ ଅଧିକାରୀ ନିର୍ଦ୍ଦେଶ ଦେଉଛନ୍ତି। ଯେଉଁ କାର୍ଯ୍ୟ ପାଇଁ ୮ ଜଣ କର୍ମଚାରୀ ଦରକାର ତାହା କିପରି ଜଣେ ମାତ୍ର କର୍ମଚାରୀ ଦ୍ୱାରା ସମ୍ପାଦିତ ହୋଇପାରୁଛି ଏହା ସହଜରେ ଅନୁମେୟ। ଏହାର ଅର୍ଥ ପରୀକ୍ଷା ନକରାଯାଇ କେବଳ ଭାରତ ସରକାରଙ୍କ ୱେବସାଇଟ୍‍ରେ ମିଥ୍ୟା ପରୀକ୍ଷଣ ରିପୋର୍ଟ ଭର୍ତ୍ତି କରାଯାଇ କେନ୍ଦ୍ରୀୟ ଅନୁଦାନକୁ ଅତ୍ମସାତ ପାଇଁ ଅଧିକାରୀ ମାନଙ୍କର ଷଡଯନ୍ତ୍ର ଏହି ଷଡ଼ଯନ୍ତ୍ରର ଶିକାର ହେଉଛନ୍ତି ରାଜ୍ୟର ଜନସାଧାରଣ । ଆବଶ୍ୟକୀୟ କର୍ମଚାରୀ ଅଭାବରୁ ଜଳର ଗୁଣବତ୍ତା ପରୀକ୍ଷା ସଠିକ ଭାବରେ ନହୋଇ ପାରିବା ଯୋଗୁଁ ରାଜ୍ୟରେ ଶହ ଶହ ଲୋକ ଫ୍ଲୋରୋସିସ, ଡାଏରିଆ, କଲେରା, ଜଣ୍ଡିସ୍‍ ଆଦି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ଚଳିତ ବର୍ଷ ଜଣ୍ଡିସ ଦ୍ୱାରା ଶହ ଶହ ଲୋକ ପ୍ରାଣ ହରାଇଲେ ମଧ୍ୟ ରାଜ୍ୟ ସରକାର ପରୀକ୍ଷାଗାର ବିକାଶ ପ୍ରତି ଉଦାସୀନ ରହିଛନ୍ତି ।

ରାଜ୍ୟରେ ଥିବା ଲାବ୍ରୋଟେରୀ ଗୁଡିକ ଯାନ୍ତ୍ରିକ ପ୍ରାଧାନ୍ୟ ସଂସ୍ଥା ଅଧିନରେ ଥିବାରୁ ଏହାକୁ କୋଣଠେସା କରି ରଖାଯାଇଛି । କାର୍ଯ୍ୟରତ ଜଳ ବିଶ୍ଲେଷକ କର୍ମଚାରୀ ମାନଙ୍କର ଚାକିରୀ ସର୍ତ୍ତାବଳୀ ଓ କ୍ୟାଡ୍‍଼ର ରୁଲ ମଧ୍ୟ କରାଯାଇ ନାହିଁ । ଫଳରେ କର୍ମଚାରୀ ମାନଙ୍କ ମନରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଦୀର୍ଘ ୧୫-୨୦ ବର୍ଷ ଚାକିରୀ କଲାପରେ ମଧ୍ୟ କୌଣସି ପ୍ରମୋସନର ବ୍ୟବସ୍ଥା ନାହିଁ ।

ରାଜ୍ୟ ସ୍ତରୀୟ ପରୀକ୍ଷାଗାର ମଧ୍ୟ ସାଇନ ବୋର୍ଡରେ ଚାଲିଛି । ଅନ୍ୟ ରାଜ୍ୟ ମାନଙ୍କ ପରି ଆମ ରାଜ୍ୟର ପରୀକ୍ଷାଗାର ଗୁଡିକ ରାଜ୍ୟ ସ୍ତରୀୟ ପରୀକ୍ଷାଗାର ଅଧିନରେ ସ୍ୱୟଂ ଶାସନ ଭିତ୍ତିରେ ଲାବ୍ରୋଟେରୀ କାର୍ଯ୍ୟ କରୁଥିଲେ ସଠିକ କାର୍ଯ୍ୟ ହୋଇପାରନ୍ତା । କିନ୍ତୁ ଆମ ରାଜ୍ୟରେ ଜଳ ବିଶ୍ଳେଷକ ମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୟାଡର ରୁଲ ବ୍ୟବସ୍ଥା ନଥିବାରୁ ରାଜ୍ୟ ସ୍ତରୀୟ ଲାବ୍ରୋଟୋରୀ କେବଳ କାଗଜ କଲମରେ ଚାଲିଛି । ରାଜ୍ୟ ସ୍ତରୀୟ ପରୀକ୍ଷାଗାର ମଧ୍ୟ ସାଇନ ବୋର୍ଡରେ ଚାଲିଛି । ଅଧିକାରୀ ମାନଙ୍କ ତୁଷ୍ଟିକରଣ ନିମନ୍ତେ ରିପୋର୍ଟ ପ୍ରସ୍ତୁତି ପାଇଁ କର୍ମଚାରୀମାନେ ବାଧ୍ୟ ହେଉଛନ୍ତି । ଆଉ ଏକ ଗୁରୁତର ଅଭିଯୋଗ ହେଉଛି ଯେ, ନୂତନ ଭାବେ ଖନନ କରାଯାଉଥିବା ପାନୀୟ ଜଳଉଚ୍ଛକୁ ସର୍ବସାଧାରଣ ବ୍ୟବହାର କରିବା ପୂର୍ବରୁ ଜଳର ଗୁଣବତ୍ତା ପରୀକ୍ଷା ବାଧ୍ୟତାମୂଳକ ନିୟମ ଅଛି । କାରଣ ଜଳ ଉତ୍ସରେ ଥିବା ରାସାୟାନିକ ପ୍ରଦୂଷିତ ପଦାର୍ଥଗୁଡିକ ଭାରତୀୟ ମାନବ ବ୍ୟୁରୋର ଗ୍ରହଣୀୟ ଅନୁମୋଦନ ସୀମା ମଧ୍ୟରେ ଅଛିକି ନାହିଁ ? ଯଦି ନାହିଁ ସେ ଉତ୍ସରେ ପ୍ଲାଟଫର୍ମ ଓ ହ୍ୟାଣ୍ଡପମ୍ପ ଲଗାଇବା ବନ୍ଦ କରାଯାଇ ଅନ୍ୟତ୍ର ଉତ୍ସ ନିର୍ମାଣ କରାଯିବାକୁ କିମ୍ୱା ପ୍ରତିଷେଧକ ବ୍ୟବସ୍ଥା ଦ୍ୱାରା ସମ୍ପୃକ୍ତ ଜଳଉତ୍ସର ମାନକୁ ଗ୍ରହଣୀୟ ସୀମା ମଧ୍ୟକୁ ଅଣାଯିବ । ଏହି ନିୟମର କାର୍ଯ୍ୟକାରିତା ପାଇଁ ଉତ୍ସ ନିର୍ମାଣକାରୀ ମାନଙ୍କ ରାଜି ନାମାରେ ଉଲ୍ଲେଖ ଅଛି ଯେ, ଜଳ ପରୀକ୍ଷଣ ରିପୋର୍ଟ ସଲଗ୍ନ କରାଯାଇ ବିଲ ପାସ କରୁଥିବା ଅଧିକାରୀମାନଙ୍କୁ ଅନୁମୋଦନ ପାଇଁ ପ୍ରେରଣ କରାଯିବ । କିନ୍ତୁ ଏହି ନିୟମ କଡାକଡି ଭାବେ କାର୍ଯ୍ୟକାରୀ ନ ହେବା ଫଳରେ ଆଦିବାସୀ ଅଧ୍ୟୁଷିତ ଓ ପଛୁଆ ଜିଲ୍ଲାର ଲୋକମାନେ ଦୂଷିତ ପାଣି ପିଇବା ବ୍ୟତିତ ଅନ୍ୟଉପାୟ ନାହିଁ ।

ପାନୀୟ ଜଳର ଗୁଣବତ୍ତା ପରୀକ୍ଷା ଭଳି ଏକ ଜନମଙ୍ଗଳ କାର୍ଯ୍ୟକ୍ରମକୁ ଉପେକ୍ଷା ନ କରାଯାଇ ପ୍ରୋଟକଲକୁ ଆଧାର କରି ଲାବ୍ରୋଟେରୀର ଭିତ୍ତିଭୁମି ବିକାଶ, କର୍ମଚାରୀ ମାନଙ୍କ ଚାକିରୀ ସର୍ତ୍ତାବଳୀ ଓ କ୍ୟାଡ୍‍ର ରୁଲ ବ୍ୟବସ୍ଥା ସହିତ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି କରାଯାଇ ପରୀକ୍ଷାଗାର ଗୁଡିକୁ କରାଯାଉ ।ଫଳରେ ରାଜ୍ୟବାସୀ ସ୍ୱଛ ନିରାପଦ ପାନୀୟ ଜଳ ପାଇପାରିବେ । ନଚେତ୍‍ ଏହି ଯୋଜନାର ସଫଳତା କେବଳ କାଗଜ କଲମରେ ରହିଯିବ । ହେଲେ ପାନୀୟ ଜଳ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ପରୀକ୍ଷଣର ଭିତ୍ତିଭୂମି ବିକାଶ ଓ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି ଦିଗରେ ଆଗକୁ ରାଜ୍ୟ ସରକାର କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ରାଜ୍ୟବାସୀ ଚାତକ ପରି ଚାହିଁ ରହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.