ନୂଆସାହିରେ ଜଳକଷ୍ଟ: ହାଣ୍ଡି ଧରି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର ନୂଆସାହିରେ ଦେଖାଦେଇଛି ଜଳକଷ୍ଟ । ଗତ ଏକ ସପ୍ତାହ ଧରି ସାହିବାସିନ୍ଦା ଜଳକଷ୍ଟ ସମସ୍ୟା ଭୋଗୁଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ ସବୁ ଜାଣି ଚୁପ ହୋଇ ବସିଥିବା ନେଇ ଅଭିଯୋଗ ହୋଇଛି । ତେବେ ନିର୍ଦ୍ଧିଷ୍ଟ ଦଳର ଜଣେ ନେତାଙ୍କ କହିବା ଦ୍ୱାରା ପାଣି ବନ୍ଦ କରାଯାଇଥିବାରୁ ଉକ୍ତ ନେତାଙ୍କ ସହ ସାକ୍ଷାତ କରି ସମସ୍ୟାର ସମାଧାନ କର ବୋଲି ବିଭାଗୀୟ ଅଧିକାରୀ ଉତର ରଖିଥିବାରୁ ସାହି ବାସିନ୍ଦାମାନେ ରାଜନୈତିକ ଚାପରେ ଲୋକଙ୍କୁ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ପିଇବା ପାଣିକୁ ବନ୍ଦ କରାଯାଉଥିବାରୁ ଏବଂ ବିଭାଗୀୟ ଅଧିକାରୀମାନେ ନେତାଙ୍କ ଚାପରେ କାର୍ଯ୍ୟ ସଂପାଦନା କରୁଥିବାରୁ ଏପରି ହୀନ ରାଜନୀତିକୁ ନିନ୍ଦା କରିଛନ୍ତି ସାହିବାସିନ୍ଦା ।

Omkar Vasthu
Omkar Vasthu


ଏ ନେଇ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଳାପାଳଙ୍କୁ ସାକ୍ଷାତ କରି ପାଣି ସମସ୍ୟାର ସମାଧାନ ଜଣାଇବା ପାଇଁ ଆଜି ନୂଆସାହିର ୧୦ରୁ ଉର୍ଦ୍ଧ ମହିଳାମାନେ ହାଣ୍ଡି ଧରି ଆସି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ତେବେ ଜିଲ୍ଳାପାଳଙ୍କୁ ସାକ୍ଷାତ କରି ପାରି ନ ଥିବା ବେଳେ ଧାରଣାରେ ବସିଥିବା ଖବର ପାଇ ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ଶରତ କୁମାର ପାଣିଗ୍ରାହୀ ନିଜ ଅଧିକାରୀମାନଙ୍କ ସହ ତୁରନ୍ତ ଆସି ମହିଳାମାନଙ୍କୁ ବୁଝାଇବାକୁ ଚେଷ୍ଠା କରିଥିଲେ । ଘଟଣା ସଂପର୍କରେ ଖବର ପାଇ ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା ଯଥାଶୀଘ୍ର ସାହିବାସିନ୍ଦାଙ୍କୁ ପାଣି ଯୋଗାଇବା ବ୍ୟବସ୍ଥା ପାଇଁ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna


ଅତିରିକ୍ତ ଜିଲ୍ଳାପାଳଙ୍କ ଠାରୁ ପ୍ରତିଶୃତି ପାଇବା ପରେ ସାହିବାସିନ୍ଦା ଫେରିଥିଲେ । ସୂଚନା ଯୋଗ୍ୟ ଯେ, ନୂଆସାହିରେ ୪୦୦ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି । ଏଠାରେ ଦୀର୍ଘ ବର୍ଷରୁ ପାନୀୟ ଜଳ କଷ୍ଟ ଲାଗି ରହିଥିବାରୁ ବୁନ୍ଦାଏ ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ସାହିର ମହିଳାମାନେ ରାମକୃଷ୍ଣ ନଗର, ଆଂଜିପେଟା, ରୟତ କଲୋନୀ ଆଦି ଅଂଚଳକୁ ଯାଇ ପାଣି ସଂଗ୍ରହ କରିଥାନ୍ତି ।

Udyog Nursery
Udyogi Nursery

ଦୀର୍ଘ ଦିନର ଦାବିକୁ ନେଇ ରାସ୍ତାରୋକ ପରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତ ଦୁଇ ମାସ ତଳେ ପାଇପ ଯୋଗେ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥା କରାଯାଇଥିଲା । ଉକ୍ତ ସମୟରୁ ହିଁ କିଛି ରାଜନୈତିକ ଦଳର ବ୍ୟକ୍ତିବିଶେଷମାନେ ନୂଆସାହିରେ ପାଣି ସଂଯୋଗ ବ୍ୟବସ୍ଥାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲେ ମଧ୍ୟ ସାହିବାସିନ୍ଦାଙ୍କ ସମର୍ଥନ ଯୋଗୁଁ ପାଇପ ଲାଇନ ସଂଯୋଗ ହୋଇପାରିଥିଲା । ତେବେ ରାଜନୈତିକ ଆକ୍ରୋଶ ରଖି କିଛି ଦୁର୍ବୁତମାନେ ପାଇପଲାଇନକୁ ସଂପୂର୍ଣ୍ଣ ଭାବେ ପୋଡି ଦେଇଥିଲେ । ଘଟଣାକୁ ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆର୍କଷଣ କରାଯିବାରୁ ପୁର୍ନବାର ପାଣି ଯୋଗାଣ ବ୍ୟବସ୍ଥା ହୋଇପାରିଥିଲା । ତେବେ ଗତ ଏକ ସପ୍ତାହ ହେଲା ଆଉ ବସ୍ତିକୁ ପାଣି ଯୋଗାଣ ବନ୍ଦ ରହିଥିବାରୁ ସାହି ବାସିନ୍ଦା ବିଭାଗୀୟ ଅଧିକାରୀଙ୍କୁ ଦେଖା କରିବା ପରେ ରାଜନୈତିକ ଚାପରେ ସାହିକୁ ପାଣି ଯୋଗାଣ ବନ୍ଦ ଥିବା ଜଣାପଡିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.