ସହଯୋଗ ତାଲିମ ଅବସରରେ ପାଜିଦୁହୁନି ସ୍କୁଲରେ ବୃକ୍ଷରୋପଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅନ୍ତର୍ଗତ ପାଜିଦୁହୁନି ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ତାଲିମ ‘ସହଯୋଗ’ ଅବସରରେ କମିଟିର ସଦସ୍ୟମାନେ ବୃକ୍ଷରୋପଣ କରି ଉଦାହରଣ ସୃଷ୍ଟି କରିଛନ୍ତି। ଶାନ୍ତପୁର ସିଆରସିସି ସୁଜିତ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ବିଶ୍ବାଳ, ସହକାରୀ ଶିକ୍ଷକ ଅଶୋକ ରଣା ଓ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଉପେନ୍ଦ୍ର ସାହୁଙ୍କ ଉଦ୍ୟମ କ୍ରମେ ସମସ୍ତ ସଦସ୍ୟ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ। ଖାଲି ଏତିକି ନୁହେଁ, ସେମାନେ ଗୋଟେ ଗୋଟେ ଗଛର ସମ୍ପୂର୍ଣ୍ଣ ଦାୟିତ୍ୱ ନେବାକୁ ସଂକଳ୍ପ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ବାର୍ତ୍ତା ଥିଲା ‘ଗୋଟିଏ ସଦସ୍ୟ, ଗୋଟିଏ ଗଛ’। ଏଭଳି ମହତ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.