ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଇଓ ଅଫିସରୁ ଅନ୍ୟତ୍ର ବଦଳି ହୋଇଥିବା ଏବିଇଓ ଜୟସେନ ନିଆଲ ଓ ମୁଖ୍ୟ କିରାଣୀ ପରମାନନ୍ଦ ମାଝୀଙ୍କୁ ଅଫିସ ସମ୍ମିଳନୀ କକ୍ଷରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବରିଷ୍ଠ ବିଇଓ ତପିମଣି ଜାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଏବିଇଓ ସୂର୍ଯ୍ୟଦେବ ବାଗ, ମୁଖ୍ୟ କିରାଣୀ ଗଣେଶ ପୁଝାରୀ, ବରିଷ୍ଠ କିରାଣୀ ଜୟଚନ୍ଦ୍ର ହାତୀ ଓ ଜିତେନ୍ଦ୍ର ମହାନ୍ତିଙ୍କ ସମେତ ବିଦାୟୀ ଅଧିକାରୀ ଶ୍ରୀ ନିଆଲ ଓ ଶ୍ରୀ ମାଝୀ ମଞ୍ଚାସୀନ ଥିଲେ। ଶାନ୍ତପୁର ସିଆରସିସି ସୁଜିତ କୁମାର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ସରିଆଁ ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ନର୍ଲା ସିଆରସିସି ଅର୍ଜୁନ ବାଗ ନିଜସ୍ୱ ରଚନାରୁ ବିଦାୟ ସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ ନୂତନ ଭାବେ ଯୋଗଦାନ କରିଥିବା ମୁଖ୍ୟ କିରାଣୀ ଶ୍ରୀ ପୁଝାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଆୟୋଜନରେ ବୁରାଟ ସିଆରସିସି କେଦାରନାଥ ନାଗ, ବଲବସପୁର ସିଆରସିସି ଦାସ ମାଝୀ, ଶ୍ରୀପୁର ସିଆରସିସି ରଘୁପତି ହରିଜନ, ଶେରଗଡ଼ ସିଆରସିସି ବିରଞ୍ଚି ମାଝୀ, ତୁଳାଗାଁ ସିଆରସିସି ଦେବୀସୁଧା ଦୋରା, ପଲମ ସିଆରସିସି ବିପ୍ର ବଗର୍ତ୍ତୀ, ଘୋଡ଼ାବନ୍ଧ ସିଆରସିସି ହେମନ୍ତ ମାଝୀ, ଭୀମକେଲା ସିଆରସିସି ବିଜୟ ସୁନା, ରୁପ୍ରା ସିଆରସିସି ଡମ୍ବରୁ ସାହୁ, ମୁସ୍କୁଟି ସିଆରସିସି ହରିହର ଭୋଇ, ଭାନପୁର ସିଆରସିସି ମୀନକେତନ ସାହୁ, ତୁଳାପଡ଼ା ସିଆରସିସି ଯୌବନ ହରିଜନ, ପରବାଙ୍ଗି ସିଆରସିସି ନବୀନ ଗଉଡ଼, ଖଇରମାଳ ସିଆରସିସି ସୁବାସ ମାଝୀ ପ୍ରମୁଖ ସହଯୋଗ କରିଥିବା ବେଳେ ଅଫିସ କର୍ମଚାରୀ ମହେନ୍ଦ୍ର ବାରିକ, ପ୍ରଶାନ୍ତ ମହଲା, ଭକ୍ତି ଦୀପ, ବ୍ଲକ ସାକ୍ଷରତା ମିଶନ ସମିତି ସଂଯୋଜକ ବିକ୍ରମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।