ରାୟଗଡା ନାଗାବଳୀ ଲୟନ୍ସ କ୍ଲବ ତରଫରୁ ଜଣେ ଅସହାୟ ମହିଳାଙ୍କ ପାଇଁ ଗୃହ ନିର୍ମାଣ -ଏକ ନିଆରା ପଦକ୍ଷେପ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ହାତିପଥର ରୋଡ ରାଣୀଗୁଡା ଗ୍ରାମର ଜଣେ ବିଧବା ଅସହାୟା ମହିଳା ରାହାସ ପରିଛା ଯିଏ ଏକ ଭଙ୍ଗା ରୁଜା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଘରେ ଖୋଲା ଆକାଶ ତଳେ ଜୀବନ କାଟୁଥିବା ବେଳେ ରାୟଗଡା ସ୍ଥିତ ନାଗାବଳୀ ଲୟନ୍ସ କ୍ଲବ ସହୃଦୟ ପୂର୍ବକ ଆଗେଇ ଆସି ସେ ଜାଗାରେ ଏକ ନୂତନ ଗୃହ ନିର୍ମାଣ କରି ଉକ୍ତ ମହିଳାଙ୍କୁ ଅର୍ପଣ କରି ଏକ ନିଆରା ପଦକ୍ଷେପ ନେଇଛନ୍ତି। ଶ୍ରୀମତୀ ରାହାସ ପରିଛାଙ୍କ ଦୁରବସ୍ଥା ନେଇ ସର୍ବ ପ୍ରଥମେ ସ୍ଥାନୀୟ ଶିକ୍ଷୟିତ୍ରୀ ସନ୍ଧ୍ୟା ରାଣୀ ପାତ୍ର, କ୍ଲବର ଚାର୍ଟର ସଭାପତି ଲାୟନ ଡ଼. ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଡ଼. ମହାନ୍ତି ପ୍ରଥମେ ସହାୟତାର ହାତ ବଢ଼ାଇ ଥିଲେ ଏବଂ ଅନ୍ୟ ମାନଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ନିବେଦନ କରିଥିଲେ। ତଦନୁଯାୟୀ ଲାୟନ ଡ଼. ପ୍ରସନ୍ନ କୁମାର ଗନ୍ତାୟତ, ଲାୟନ ଆର. ସି. ରୁବି ରାଣୀ କୁଣ୍ଡୁ, ଲାୟନ ବ୍ରଜ ସୁନ୍ଦର ନାୟକ, ଲାୟନ ଏସ. ବି. ପଟନାୟକ, ଲାୟନ ଡ଼. ଅର୍ଚ୍ଚନା ପଟନାୟକ, ଲାୟନ ଲଡ଼ୁ କିଶୋର ସାହୁ, ଲାୟନ ପରମାନନ୍ଦ ଜୈନ ଏବଂ ଲାୟନ ବାବୁଲାଲ ଗନ୍ତାୟତ ଯଥା ଶକ୍ତି ସହାୟତା ପ୍ରଦାନ କରିଥିଲେ। ଲାୟନ ଡ଼. ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱ ଏବଂ ଲାୟନ ଡ଼. ପ୍ରସନ୍ନ କୁମାର ଗନ୍ତାୟତଙ୍କ ସଭାପତିତ୍ବରେ ଏହି କାର୍ଯ୍ୟ ସମ୍ପାଦନା ହୋଇଥିଲା। ଏଥିରେ କ୍ଲବର ସମ୍ପାଦକ ଲାୟନ ରବି ନାରାୟଣ ଶତପଥୀ ଆନୁସଙ୍ଗିକ ସହଯୋଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.