ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ଅମଲା ଭବନଠାରେ କବି ସ୍ବର୍ଣ୍ଣକାନ୍ତି ବୈକାରଙ୍କ ପ୍ରଥମ କବିତା ସଂକଳନ “ତୁମେ ଯେବେ ଆସିବ” ଲୋକାର୍ପିତ ହୋଇଯାଇଛି। ଏଥିରେ ନାଟ୍ୟକାର ଡ.ଉମେଶ ଚନ୍ଦ୍ର ଶତପଥୀ, ନାଟ୍ୟକାର-ନିର୍ଦ୍ଦେଶକ ଡ.ଦ୍ବାରିକାନାଥ ନାୟକ, କବି ଦୁର୍ଗାପ୍ରସାଦ ପଣ୍ଡା, ଅଧ୍ୟାପକ ପରମେଶ୍ବର ମୁଣ୍ଡ, କବି କଳ୍ପନା ରଥ, କବି ସ୍ବର୍ଣ୍ଣକାନ୍ତି ବୈକାର ଓ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି ଅତିଥି ଭାବେ ଯୋଗ ଦେଇଥିଲେ । ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡାମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାହିତ୍ୟିକ ବିରଞ୍ଚି ନାରାୟଣ ମୁଣ୍ଡ ପୁସ୍ତକର ସମୀକ୍ଷା କରିଥିଲେ । କଣ୍ଠଶିଳ୍ପୀ ସାବିତ୍ରୀ ମହାରଣା ପ୍ରାରମ୍ଭିକ ଗୀତ ପରିବେଷଣ କରିଥିଲେ । କବି ରାଜେଶ ମୁଣ୍ଡ, କବି ସୁଧୀର ମେହେର, କବି ପୁଣ୍ୟଦୀପା ଖମାରୀ, କବି ସୁଦେଷ୍ଣା ପଣ୍ଡା, କବି ଦୀପ୍ତି ମୁଣ୍ଡ ଲୋକାର୍ପିତ ପୁସ୍ତକରୁ କବିତା ପାଠ କରିଥିଲ। କାର୍ଯ୍ୟକ୍ରମରେ ଲିଙ୍ଗରାଜ ବୈକାର, କବି ପ୍ରତାପ ଚନ୍ଦ୍ର ପଣ୍ଡା, ଲିକୁନ ପ୍ରତାପ ବୈକାର, ସ୍ନେହା, କାଜଲ, କୁମୁଦିନୀ ପ୍ରମୁଖ ସହଯୋଗ କରିଥିବାବେଳେ ଗାଳ୍ପିକ ବିଜୟ ପ୍ରଧାନ, କବି ଡା ଦୀନବନ୍ଧୁ ସାହୁ, ରୀତା ପଟଯୋଷୀ, ଜୟଦ୍ରଥ ସୁନା, ଆନନ୍ଦିନୀ ପାତ୍ର, ନାହେଦା ଶାହିନ, ସୋହନଲାଲ ଅଗ୍ରୱାଲ, ବ୍ରହ୍ମାନନ୍ଦ ସାମଲ ପ୍ରମୁଖ ବହୁ ସାରସ୍ୱତ ସାଧକ ଯୋଗଦେଇଥିଲେ । ଶେଷରେ ଯୁବ ଗାଳ୍ପିକ ଡିଲେଶ୍ବର ରଣା ଧନ୍ୟବାଦ ଅର୍ପଣ କରିଥିଲେ ।