୫ଟି ଯୋଜନାରେ ରୁପାନ୍ତରିତ ହେବ ବାଗପୁର ହାଇସ୍କୁଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏବେ ତୃତୀୟ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନସ୍ଥ ୧୨ ଗୋଟି ବିଦ୍ୟାଳୟ ରୁପାନ୍ତରୀଣ କରାଯିବ ବୋଲି ଜଣାପଡିବା ପରେ ତାଲିକା ଭୁକ୍ତ ନର୍ଲା ବ୍ଲକରେ ରହିଥିବା ଉକ୍ତ ବିଦ୍ୟାଳୟ ଗୁଡିକରେ ବୈଠକମାନ ଅନୁଷ୍ଠିତ ହୋଇ କେବେଠୁ କାମ ଆରମ୍ଭ କରାଯିବ, ଏଥିପାଇଁ ପ୍ରକ୍ରୀୟା କରଣରେ କଣ ସବୁ ଡକ୍ୟୁମେଣ୍ଟ ଲାଗିବ ଏସବୁ ବିଷୟରେ ଆଲୋଚନା ହେଉଛି । ଏଥିରେ ଶିକ୍ଷା ବିଭାଗର ଅଧିକାରୀ ବୃନ୍ଦ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ, ବିଦ୍ୟାଳୟ ପରିଚାଳନା ସମିତି, ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସାମିଲ ହୋଇ ନିଷ୍ପତି ଗ୍ରହଣ କରୁଥିବା ଜଣାପଡିଛି । ଏହିକ୍ରମରେ ମଙ୍ଗଳବାର ବାଗପୁର ହାଇସ୍କୁଲର ସମ୍ମେଳନ କକ୍ଷରେ ସରପଞ୍ଚ ଗୋପାଳ ହାତୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନର୍ଲା ଅତିରିକ୍ତ ବିଡିଓ ଦେବେନ୍ଦ୍ର ସାମଲ, ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣା, ବାଗପୁର ଦାଇତ୍ୱରେ ରହିଥିବା କନିଷ୍ଠ ଯନ୍ତ୍ରୀ ଆଲୋକ ନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ମହାନ୍ତି, ଜିତେନ୍ଦ୍ର ହାତୀ, ଧର୍ମରାଜ ବାଗ, ରଞ୍ଜିତ ସିଂ ପଧାନ, ପୂର୍ବତନ ସରପଞ୍ଚ ଦୋଳଚନ୍ଦ୍ର ବାଗ ଓ ଅଭିଭାବକମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିବା ସହିତ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ୫-ଟି ଯୋଜନାରେ ବାଗପୁର ବିଦ୍ୟାଳୟ ରୁପାନ୍ତରୀଣ ହେଉଥିବାରୁ ବାଗପୁର ଜନସାଧାରଣ ଓ ଅଭିଭାବକ ମାନେ ଖୁସି ବ୍ୟକ୍ତ କରିଥିବା ଜଣାପଡିଛି । ଏନେଇ ଆସନ୍ତା ୨୫ ସୁଦ୍ଧା ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ବିଭାଗରେ ଜମା କରିବା ପାଇଁ ବିଦ୍ୟାଳୟ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୩୦ ଜୁଲାଇରୁ କାମ ଆରମ୍ଭ କରାଯିବ ବୋଲି ଜଣାପଡିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ଜୋନ୍-୩ ରେ ବାଗପୁର, ନର୍ଲାରୋଡ, ମାଣ୍ଡେଲ, ସେରଗଡ, ବୁଦେଲଗୁମା ଓ ବାଲସିଙ୍ଗା ବିଦ୍ୟାଳୟ ୫-ଟି ଯୋଜନାରେ ରୁପାନ୍ତରୀଣ ହେବ ବୋଲି ଜଣାପଡିଛି । ଆସନ୍ତା ୨୧ ଜୁଲାଇରେ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲରେ ଏନେଇ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.