୩ ସାମାଜିକ ସଂଗଠନର ନିଆରା କାର୍ଯ୍ୟ: ବିରଳ ଗୃପର ରକ୍ତ ଯୋଗାଡ଼ କରି ରକ୍ଷାକଲେ ଅସହାୟ ମହିଳାଙ୍କ ଜୀବନ

ଏକାଦି କ୍ରମେ ଯୋଗାଡ଼ ହେଲା ୩ ୟୁନିଟ ବି-ନେଗେଟିଭ ରକ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣେ ପ୍ରସୂତି ମହିଳାଙ୍କ ପାଇଁ ଏକାଦିକ୍ରମେ ୩ ୟୁନିଟ ବିରଳ ଗୃପର ରକ୍ତ ଯୋଗାଡକରି ମାନବିକତାର ପ୍ରକୃଷ୍ଟ ଉଦାହରଣ ସୃଷ୍ଟି କରିଛନ୍ତି ସୋସିଆଲ୍ ୱେଲଫେୟାର ଅର୍ଗାନାଇଜେସନ, ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଓ ସୋସିଆଲ୍ ଏକ୍ଟିଭିଷ୍ଟ ଅଫ୍ କଳାହାଣ୍ଡିର କାର୍ଯ୍ୟକର୍ତ୍ତା। ପ୍ରାପ୍ତ ସୂଚନା ଅନୁସାରେ ଲାଞ୍ଜିଗଡ଼ ବ୍ଲକ ରାମଚନ୍ଦ୍ରପୁର ଗାଁର ଜଣେ ପ୍ରସୂତି ମହିଳାଙ୍କ ନବଜାତ ଶିଶୁର ମୃତ୍ୟୁ ପରେ ଓ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିଲା। ତାଙ୍କୁ ଗୁରୁତର ଭାବେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା। ପ୍ରସ୍ତୁତି ମହିଳା ଜଣକଙ୍କୁ ବି ନେଗେଟିଭ ଗୃପର ରକ୍ତ ଆବଶ୍ୟକତା ହେଉଥିଲା ତେବେ ରକ୍ତଭଣ୍ଡାରରେ ରକ୍ତର ଅଭାବ ରହିଥିଲା। ଏହା ଏକ ବିରଳ ଗୃପର ରକ୍ତ ହୋଇଥିବାରୁ ମହିଳାଙ୍କ ପରିବାରବର୍ଗ ରକ୍ତ ଯୋଗାଡ଼ କରିନପାରି ହତାଶ ହୋଇପଡ଼ିଥିଲେ। ଏ ସଂପର୍କରେ ଶିକ୍ଷାବିତ୍ ତଥା ସମାଜସେବୀ ଗିରିଜା ବେହେରା ଓ ଯୁବ ସମାଜସେବୀ ସୁଶୀଲ କୁମାର ବାଗଙ୍କଠାରୁ ସୂଚନା ପାଇ ସୋସିଆଲ୍ ଏକ୍ଟିଭିଷ୍ଟ ଅଫ୍ କଳାହାଣ୍ଡିର ମହେଶ୍ବର ସୁନାନୀ, ମିଲନ ଭୋଇ, ସୋସିଆଲ୍ ୱେଲଫେୟାର ଅର୍ଗାନାଇଜେସନ୍ କଳାହାଣ୍ଡିର ଉମାକାନ୍ତ ସୁନାନୀ, ସଂଗ୍ରାମ କନ୍ଧପାନ ପ୍ରମୁଖ ଆଗେଇ ଆସିଥିଲେ। ସୋସିଆଲ୍ ୱେଲଫେୟାର ଅର୍ଗାନାଇଜେସନର କୋକସରା ବ୍ଲକ ସଭାପତି ଧନୁର୍ଯ୍ୟୟ ରଣାଙ୍କୁ ଅନୁରୋଧ କରାଯିବା ପରେ ସେ ଝିପିଝିପି ବର୍ଷା ସତ୍ତ୍ବେ ସମାଜସେବୀ ଶ୍ରୀ ସୁନାନୀ ଓ ରିଙ୍କୁ ମଙ୍ଗରାଜଙ୍କ ସହିତ ୮୦ କିମି ଦୂର କୋକସରାରୁ ଭବାନୀପାଟଣା ଆସି ବି ନେଗେଟିଭ୍ ରକ୍ତଦାନ କରିଥିଲେ। ସେହିପରି ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ଏବଂ ଆହୁରି ରକ୍ତର ଆବଶ୍ୟକତା ଥିବାରୁ ଅଗ୍ରଣୀ ସାମାଜିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଧନଞ୍ଜୟ ଦୀପ ଆଗେଇ ଆସିବା ସହିତ ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡର ସହଯୋଗୀ ଆଇଜାକ୍ କଂପାନୀର ସୂର୍ଯ୍ୟମଣି ସ୍ବାଇଁ, ଗୃପ ଫୋର୍ କଂପାନୀର ସତ୍ୟରଞ୍ଜନ ତ୍ରିପାଠୀଙ୍କୁ ଅନୁରୋଧ କରିବା ସହିତ ନିଜସ୍ବ ଉଦ୍ୟମରେ ଦୀର୍ଘ ୮୦ କିମି ରାସ୍ତା ଭବାନୀପାଟଣାକୁ ନେଇ ରକ୍ତଦାନ କରାଇଥିଲେ। ଏହି ସମୟରେ ଯୁବ ସମାଜସେବୀ ସଞ୍ଜୟ ସୁନାନୀ ଉପସ୍ଥିତ ଥିବାବେଳେ ରକ୍ତଭଣ୍ଡାର ତରଫରୁ ଅଜିତ ନାଏକ, ଗିରିଶ ନାଏକ, ଡମ୍ବରୁଧର ସାହୁ, ସୁବାସଚନ୍ଦ୍ର ଦାସ, ତେଜରାଜ ଦଣ୍ଡସେନା, ବ୍ରୁକୋଦର ଚନ୍ଦନ, ଚତୁର୍ଭୂଜ ଦୁବେ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ସୁଦୂର କୋକସରା ଓ ଲାଞ୍ଜିଗଡ଼ରୁ ଭବାନୀପାଟଣା ଯିବା ସହିତ ରକ୍ତଦାନ କରି ମହିଳାଙ୍କ ଜୀବନରକ୍ଷା କରିଥିବାରୁ ଏହି ତିନି ସଂଗଠନର କର୍ମକର୍ତ୍ତାଙ୍କୁ ସାରା ଜିଲ୍ଲାରୁ ପ୍ରଶଂସାର ସୁଅ ଛୁଟୁଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.