ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପଣସ ଗଛରୁ ପଡ଼ି ଜଣେ ନାବାଳକ ଗୁରୁତର ହୋଇଥିବା ଜଣାପଡିଛି। ଗୁରୁତର ନାବାଳକ ଜଣକ ହେଉଛନ୍ତି ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଗ୍ରାମର ତ୍ରିଲୋଚନ ପ୍ରଧାନୀ (୧୪)। ପ୍ରାପ୍ତ ସୂଚନା ଅନୁସାରେ ତ୍ରିଲୋଚନ ଆଜି ଅପରାହ୍ନରେ ଗୋରୁ ଚରାଇବାକୁ ଯାଇଥିବାବେଳେ ଗାଁ ନିକଟରେ ଥିବା ଏକ ପଣସ ଗଛରେ ଚଢି ପଣସ ତୋଳୁଥିବା ବେଳେ ହଠାତ୍ ଖସିପଡ଼ି ଥିଲେ। ତାଙ୍କ ବାମ କାନ୍ଧ, ପିଠି ଏବଂ ଛାତିରେ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ବିଶ୍ବନାଥପୁର ସମିତି ସଭ୍ୟ ଅଜିତ ପ୍ରଧାନୀ, ସମାଜସେବୀ ତରୁଣ କୁମାର ଦାସ ଏବଂ ଗ୍ରାମବାସୀଙ୍କ ସହଯୋଗରେ ପ୍ରଥମେ ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଯୁବ ସମାଜସେବୀ ନିଲେଶ କୁମାର ନାଗ, ଗୋପାଳ ଦାସ ମହାନନ୍ଦ ସେଠାରୁ ବେଦାନ୍ତ ହସ୍ପିଟାଲର ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଯୁବ ସମାଜସେବୀ ସୁଶିଲ କୁମାର ବାଗ ଆଘାତ ତ୍ରିଲୋଚନକୁ ହସ୍ପିଟାଲରେ ଭର୍ତ୍ତି କରାଇବାରେ ସହାୟକ ହେବା ସହିତ ତା’ଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ବର୍ତମାନ ଗୁରୁତର ଆହତ ତ୍ରିଲୋଚନଙ୍କ ଅବସ୍ଥା ସ୍ଥିର ଥିବାବେଳେ ଚିକିତ୍ସା ଚାଲିଥିବା ଜଣା ପଡ଼ିଛି।