ନର୍ଲାରେ ବର୍ଷା ବିତ୍ପାତ: ବିଲରେ ପାଣି ଜମି ପଚିଗଲାଣି ଧାନଗଛ, ଚିନ୍ତାରେ ଚାଷୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କୁହାଯାଏ ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ । କଳାହାଣ୍ଡି ଜିଲ୍ଲା ନର୍ଲା ଅଞ୍ଚଳରେ ଦୀର୍ଘ ଦିନ ଧରି ବର୍ଷା ନହେବାରୁ ଚାଷ କାର୍ଯ୍ୟ ବହୁତ ବିଳମ୍ବରେ ଆରମ୍ଭ ହୋଇଥିଲା । ଲୋକେ ଋଆ ବେଉଷଣ ମଧ୍ୟ କରି ପାରିନଥିଲେ । ଗତ ଗୋଟିଏ ସପ୍ତାହ ଧରି ଦୁଇ ଦୁଇ ଥର ଲଘୁଚାପ ଜନିତ ବର୍ଷା କାରଣରୁ ଋଆ ବେଉଷଣ ହୋଇଥିବା ବିଲ ଗୁଡିକରେ ଦୀର୍ଘ ଗୋଟାଏ ସପ୍ତାହ ଧରି ପାଣି ଜମି ରହିବା ଫଳରେ ଧାନ ଗଛ ସବୁ ପଚି ଯାଇଥିବା ଚାଷୀ ଅଭିଯୋଗ କରୁଛନ୍ତି । ନର୍ଲା ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଚାଷୀ ଚାଷ କାର୍ଯ୍ୟ ପାଇଁ ବର୍ଷାପାଣି ଉପରେ ସମ୍ପୁର୍ଣ୍ଣ ଭାବରେ ନିର୍ଭର କରିଥାନ୍ତି । ଆଉ ଭଲ ବର୍ଷା ହେଲେ ତ ଠିକ୍ । ନହେଲେ ମରୁଡିର କଷାଘାତରେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ପଡିଥାଏ । ନର୍ଲାରେ ୨୦୧୬ରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ୨୦୧୭ ଓ ୨୦୧୮ ଓ ୨୦୧୯ ମସିହାରେ ବର୍ଷା ଠିକ୍ ଅନୁପାତରେ ହୋଇଥିଲା । ହେଲେ ବାରମ୍ବାର ଲଘୁଚାପ ଜନିତ ବନ୍ୟା ଓ ଚକଡା ରୋଗ ଯୋଗୁଁ ଅନେକ ଚାଷୀ ନୟାନ୍ତ ହୋଇପଡିଥିଲେ । ତଥାପି ନର୍ଲା ଅଞ୍ଚଳର ଧାନ ଚାଷ ମଧ୍ୟ ଭଲ ହୋଇଥିବାରୁ ଧାନ ବିକ୍ରୟ କରି ଅଞ୍ଚଳର ଚାଷୀକୁଳ ଭଲ ଦୁଇ ପଇସା ପାଇଥିଲେ ସେମାନଙ୍କର କଷ୍ଟ ଅର୍ଜିତ ଚାଷରୁ । ୨୦୨୦/୨୧ କରୋନାର କଷାଘାତରେ ଚାଷ ଯାହିତାହି ରହିଲା । ଚାଷ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟିହେଲା । ଏବର୍ଷ ମଧ୍ୟ ବର୍ଷା ଭଲ ହେବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନରେ ଅଞ୍ଚଳର ଚାଷୀ ଖୁସି ଥିଲେ । ମୌଷୁମୀ ମଧ୍ୟ ଠିକ ସମୟରେ ଆସିଥିଲା । ହେଲେ ହୀନ ବୃଷ୍ଟି ଯୋଗୁଁ ଚାଷକାର୍ଯ୍ୟ ଆଗେଇ ପାରିନଥିଲା । ଅଞ୍ଚଳର ଚାଷୀ ମାନେ ଋଆ ବେଉଷଣ ଆରମ୍ଭ କରିଥିବା ସମୟରେ ଲଘୁଚାପ ଜନିତ ପ୍ରବଳ ବର୍ଷା କାରଣରୁ ନର୍ଲା ଅଞ୍ଚଳର ଚାଷରେ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଶନିବାର ଠାରୁ ବର୍ଷା ଛାଡି ଯାଇଛି ହେଲେ ଏବେ ମଧ୍ୟ ନର୍ଲାର ଅନେକ ଅଞ୍ଚଳର ଚାଷ ହୋଇଥିବା ଧାନବିଲ ଗୁଡିକରେ ଦୀର୍ଘ ଗୋଟାଏ ସପ୍ତାହ ଧରି ପାଣି ଜମି ରହିବା ଫଳରେ ଚାଷର ଅନେକ କ୍ଷତି ହୋଇଥିବା ଜଣାପଡିଛି । ଅନ୍ୟପକ୍ଷେ ଗତ ଦୁଇବର୍ଷ ହେଲା ନର୍ଲା ଅଞ୍ଚଳର ୭୦ ରୁ ଉର୍ଦ୍ଧ୍ବ ଚାଷୀଙ୍କ ଜମିର କେହିଜଣେ ଦୁବୁର୍ତ୍ତ ଫସଲ ବୀମା କରି ଖାଇ ଯାଉଥିବାରୁ ଚାଷୀ ଫସଲ ବୀମା ପାଇବାରୁ ମଧ୍ୟ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି । ଏନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଶାସନ ଦୁର୍ବୁତ୍ତକୁ ଧରିପାରୁ ନଥିବାରୁ ଚାଷୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.