ବର୍ଷାରେ ଭାଙ୍ଗିଲା ଘର, ବେସାହାରା ହେଲେ ପରିବାର

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ଚଳିତ ବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷାରେ ଘର ଭାଙ୍ଗି ପରିବାର ବେସାହାରା ହୋଇପଡିଥିବା ଜଣାପଡ଼ିଛି। ଫଳରେ ପରିବାର ଲୋକେ ଅସହାୟ ଅବସ୍ଥାରେ ସେହି ବିପଦସଂକୁଳ ଝାଟିମାଟିର କୁଡ଼ିଆରେ ରହିଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଲିଟିଗୁଡା ଠାରେ। ପ୍ରାପ୍ତ ଖବର ଅନୁସାରେ ଲିଟିଗୁଡା ନିବାସୀ ନିରଂଜନ ତାଣ୍ଡିଙ୍କ ପରିବାର ଲୋକେ ସୋଇପଡିଥିବା ସମୟରେ ଲଗାଣ ବର୍ଷା ଯୋଗୁଁ ତାଙ୍କ ଘର ଭୁଶୁଡ଼ି ପଡିଛି। ହେଲେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଚାଲଛପର କୁଡ଼ିଆ ଭୁଶୁଡ଼ି ପଡିବା ଫଳରେ ପରିବାର ଲୋକେ ବେସାହାରା ହୋଇ ପଡିଛନ୍ତି। ବର୍ତ୍ତମାନ ସେମାନେ ସେହି ବିପଦ ସଂକୁଳ ଭଙ୍ଗା କୁଡ଼ିଆରେ ମୁଣ୍ଡ ଗୁଞ୍ଜି ରହିବ ସମ୍ଭବ ହେଉନାହିଁ। କେଉଁ ମୁହୂର୍ତ୍ତରେ ପୁଣି ଭାଙ୍ଗିଯିବ କହିହେବ ନାହିଁ। ଏପରି ସ୍ଥିତିରେ ରହିବା ଜୀବନ ପ୍ରତି ବିପଦପୂର୍ଣ୍ଣ ଅଟେ। ପ୍ରକାଶ ଯୋଗ୍ୟ ଯେ, ନିରଂଜନ ଏକ ବିପିଏଲ ହିତାଧିକାରୀ ହୋଇଥିବା ବେଳେ ଅତି ଗରିବ ଶ୍ରେଣୀର ଅଟନ୍ତି। ସେ କୁଳିମଜୁରୀ କରି ପରିବାର ପ୍ରତିପୋଷଣ କରିଥାନ୍ତି। ପରିବାରର ପେଟ ପୋଷିବା ପାଇଁ ସେ ଦାଦନ ମଧ୍ୟ ଯାଉଥିବା ପ୍ରକାଶ କରିଛନ୍ତି। ସବୁବେଳେ ଅଭାବ ଅନାଟନ ରହି ଆସୁଥିବାରୁ ଭଲ ଘର ଖଣ୍ଡିକ ତିଆରି କରିପାରି ନାହାନ୍ତି। ଯାହା ରୋଜଗାର କରନ୍ତି ,ପରିବାର ଚଳନ୍ତି। ସମ୍ପତ୍ତି କହିଲେ ରାସନ କାର୍ଡ ଖଣ୍ଡିକ। ଜମିବାଡ଼ି କିଛି ନାହିଁ। ପରିବାର କହିଲେ ସ୍ୱାମୀ ସ୍ତ୍ରୀ, ଦୁଇ ପୁଅ ଏବଂ ଗୋଟିଏ ଝିଅ ମିଶି ମୋଟ ପାଞ୍ଚ ସଦସ୍ୟ। ରାସନ କାର୍ଡରେ ମିଳୁଥିବା ଚାଉଳ ଓ କୁଳିମଜୁରୀ କରି ପରିବାର ଚଳନ୍ତି। ଉକ୍ତ ପରିବାରକୁ ଗୃହ ଯୋଗାଇଦେବା ଅତି ଜରୁରୀ ହୋଇ ପଡିଛି। ଜିଲ୍ଲା ତଥା ବ୍ଲକ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଗୃହ ଯୋଗାଇ ଦେବାକୁ ଦାବି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.