ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ଆନୁକୂଲ୍ୟରେ ଆଭାସୀ ମାଧ୍ୟମରେ ‘ବ୍ୟଙ୍ଗକାରଙ୍କ ଦୃଷ୍ଟିରେ ସମାଜ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ବହୁ ପରିଚିତ ଓ ପ୍ରତିଷ୍ଠିତ ବ୍ୟଙ୍ଗ କବି ଶ୍ରୀଯୁକ୍ତ ସତ୍ୟାନାଶ, ଶ୍ରୀମାନ ସର୍ବଗିଳା, ଗ୍ରେଟ୍ ଓଡିଶା ପଲଟିକାଲ ସର୍କସର ବ୍ୟଙ୍ଗକାର ରବୀନ୍ଦ୍ର କୁମାର ରାଉତଙ୍କ ସମେତ ବ୍ୟଙ୍ଗକବି ଅବାଗିଆ ଅତିଥି ଓ ଆଲୋଚକ ଭାବେ ଯୋଗ ଦେଇଥିଲେ। ବ୍ୟଙ୍ଗକାରମାନେ ସୁନ୍ଦର ସୁନ୍ଦର କବିତା ମାଧ୍ୟମରେ ଆସରକୁ ବେଶ୍ ସରଗରମ କରି ଦର୍ଶକଙ୍କୁ ବାନ୍ଧି ରଖିଥିଲେ। ସମାଜ ସୁଧାରରେ ବ୍ୟଙ୍ଗକାରଙ୍କ ଯଥେଷ୍ଟ ଭୂମିକା ଅଛି। ନିଜର ଚତୁରତାର ସୃଷ୍ଟି ମାଧ୍ୟମରେ ସେମାନେ ଜନ ସଚେତନତା ସୃଷ୍ଟି କରିଥାନ୍ତି ବୋଲି ଅତିଥି ମାନଙ୍କ ସହ ଉପସ୍ଥିତ ସମସ୍ତେ ପ୍ରକାଶ କରିଥିଲେ।
ବ୍ୟଙ୍ଗକବି ସଞ୍ଜୟ କୁମାର ସାହୁ ଦୀର୍ଘ ୩ ଘଣ୍ଟାର ଆଲୋଚନା ଚକ୍ରକୁ ପରିଚାଳନା କରିଥିଲେ। ପ୍ରାରମ୍ଭରେ ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ର ଓମକାର ଧ୍ବନି ଓ କାର୍ଯ୍ୟକାରୀ ସଭାପତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ସମ୍ପାଦିକା ପ୍ରଣତି ମହାପାତ୍ର ଆମନ୍ତ୍ରିତ ଅତିଥି ମାନଙ୍କର ପରିଚୟ ପ୍ରଦାନ ସହ ଉପସ୍ଥିତ କବି, ସାହିତ୍ୟିକ ତଥା ଦର୍ଶକ ମାନଙ୍କୁ ବିନମ୍ରତାର ସହ ଶୁଭେଚ୍ଛା ଜ୍ଞାପନ କରିଥିଲେ।ଶେଷରେ ପ୍ରଫୁଲ୍ଲ କୁମାର ଦାସ ଧନ୍ୟବାଦ ଅର୍ପଣ ଓ ରତିନାରାୟଣ ରାଉତ ଶାନ୍ତିପାଠ କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।