ଜାତୀୟ ସ୍ତରରେ ସମ୍ମାନିତ ହେଲେ ଉତ୍କଳ ଆଲୁମିନାର ସି.ଏସ୍.ଆର୍. ମୁଖ୍ୟ ଡ଼ଃ ଲୋପାମୁଦ୍ରା ପ୍ରିୟଦର୍ଶିନୀ

ଓଡ଼ିଆ ବାର୍ତ୍ତା/ କାଶିପୁର (ଆଲାରାମ ଭାତ୍ରା): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନାର ସି.ଏସ୍.ଆର୍. ମୁଖ୍ୟ ଡ଼ଃ ଲୋପାମୁଦ୍ରା ପ୍ରିୟଦର୍ଶିନୀ ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏକ ସମ୍ମିଳନୀରେ ସି.ଏସ୍.ଆର୍. କ୍ଷେତ୍ରରେ ପ୍ରଶଂସନୀୟ ଅବଦାନ ପାଇଁ ତାଙ୍କୁ ‘ଶ୍ରେଷ୍ଠ ସି.ଏସ୍.ଆର୍. ହେଡ୍ ଅଫ୍ ଦି ଇୟର ୨୦୨୨’ ପୁରସ୍କାର ପ୍ରଦାନ କରାଯାଇଛି। ସମ୍ବର୍ଦ୍ଧନାର ପ୍ରତ୍ୟୁତରରେ ଡକ୍ଟର ପ୍ରିୟଦର୍ଶିନୀ କହିଛନ୍ତି – ‘ଏହି ସ୍ବୀକୃତି ମୋ ପାଇଁ ବହୁତ ମହତ୍ଵପୂର୍ଣ୍ଣ।’ ନିରନ୍ତର ସମର୍ଥନ ଏବଂ ଉତ୍ସାହ ପାଇଁ ସେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ପରିଚାଳନା କମିଟି ଏବଂ ନେତୃବର୍ଗଙ୍କୁ ସାଧୁବାଦ ଜଣାଇଛନ୍ତି। ଡଃ ପ୍ରିୟଦର୍ଶିନୀ ଉତ୍କଳ ଆଲୁମିନାର ସି.ଏସ୍.ଆର୍. ମୁଖ୍ୟ ଭାବେ କମ୍ପାନୀର କାର୍ଯ୍ୟଧାରା ସହ ପାରିପାର୍ଶ୍ବିକ ଗ୍ରାମ ମାନଙ୍କର ସର୍ବବିଧ ଉନ୍ନତି ଦିଗରେ ସୁଚିନ୍ତିତ କାର୍ଯ୍ୟ ଯୋଜନା ପ୍ରଣୟନ ସହ କାର୍ଯ୍ୟକାରୀ କରାଇ ଅଂଚଳବାସୀଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି। ସମ୍ପ୍ରଦାୟର ତୃଣମୂଳ ବିକାଶ, ସ୍ଥିରତା ଆଦି ବିବିଧ ଦିଗରେ ମଧ୍ୟ ତାଙ୍କର ଯଥେଷ୍ଟ ଅବଦାନ ରହିଛି। ସେ ଏହି ପୁରସ୍କାର ପାଇଥିବାରୁ କମ୍ପାନୀ ଅଧିକାରୀ ଓ କର୍ମଚାରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.