ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବିଦ୍ୟୁତ ସବଷ୍ଟେସନ ଠାରେ ଆଜି ବିଦ୍ୟୁତ ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସମେତ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମୁଣ୍ଡ, ସହ ଶିକ୍ଷକ ସୁବ୍ରତ କୁମାର ବିଶୋଇ ଓ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲଙ୍କ ଉପସ୍ଥିତିରେ ଏହି ତାଲିମ ଶିବିର ଶୁଭାରମ୍ଭ ହୋଇଥିଲା । ଏଥିରେ ବିଦ୍ୟୁତ ବିଭାଗ କନିଷ୍ଠଯନ୍ତ୍ରୀ ବିକାଶ ଖମାରୀ ବିଦ୍ୟୁତ କର୍ମଚାରୀ ଅନିଲ କୁମାର ପତି, ପ୍ରବିଣ କୁମାର ଯୋଷୀ, ତୁଷାର କାନ୍ତ ମେହେର ଓ ଦେବରାଜ ନାଏକ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟୁତ ସବଷ୍ଟେନକୁ କେତେ ବିଦ୍ୟୁତ ଆସିଥାଏ ଓ ଟାନ୍ସଫର୍ମର ମାଧ୍ୟମରେ ଘର ମାନଙ୍କୁ କେତେ ବିଦ୍ୟୁତ ଯାଇଥାଏ ସେ ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ ।
ସ୍ଥାନୀୟ ଅଞ୍ଚଳରେ କାହାକୁ ବିଦ୍ୟୁତ ଲାଗିଲେ, ବିଦ୍ୟୁତ ଦ୍ୱାରା ଘର ପୋଡି ହେଲେ କିପରି ସହଯୋଗ କରି ଧନ ଜିବନର ସୁରକ୍ଷା କରିହେବ ସେ ବିଷୟରେ ବୁଝାଇଥିଲେ । ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ବିଦ୍ୟୁତ ସମ୍ପର୍କିତ ଅଧ୍ୟୟନ କରୁଥିଲେ ସୁଦ୍ଧା ସେସବୁର ବ୍ୟାବହାରିକ ବିଷୟରେ ଜାଣି ପରୁନଥିବାରୁ ସେ ସଂପର୍କରେ ଜାଣିବା ପାଇଁ ଏହି ତାଲିମ ଶିବିର ଅୟୋଜନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।