ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗଠାରେ ଉତ୍କଳ ପ୍ରାନ୍ତିୟ ମାରୱାଡି ସମ୍ମେଳନ ମହାଲିଙ୍ଗ ଓ କେଗାଁ ଶାଖା ପକ୍ଷରୁ ଅଗ୍ରସେନ ଜୟନ୍ତୀ ଧୁମଧାମରେ ପାଳିତ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରୁ ଅଗ୍ରସେନ ମହାରାଜଙ୍କ ଫଟୋ ଚିତ୍ରକୁ ଏକ ସୁସ୍ୱଜିତ ଗାଡିରେ ବିଶାଳ ରେଲି ମାଧ୍ୟମରେ ଗ୍ରାମ ପରିକ୍ରମା କରି ଶିବ ମନ୍ଦିର ନିକଟରେ ପହଞ୍ଚିଥିଲେ ।
ଏହି ରେଲିରେ ଉଭୟ ଗ୍ରାମର ଶତାଧିକ ମହିଳା, ପୁରୁଷ ତଥା ଯୁବକ ଓ ଯୁବତୀମାନେ ଭାଗ ନେଇଥିଲେ । ଶିବ ମନ୍ଦିର ନିକଟରେ ଏକ ସଭା ମାଧ୍ୟମରେ ଅଗ୍ରସେନ ମହାରାଜଙ୍କ ଫଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ସମସ୍ତେ ମହାରାଜଙ୍କ ସ୍ମୃତି ଚାରାଣ କରିଥିଲେ ।
ଏହି ଅବସରରେ ମହିଳାମାନଙ୍କୁ ନେଇ ଏକ ଖେଳକୁଦ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଜୟନ୍ତୀ କାର୍ଯ୍ୟକ୍ରମରେ ସଭାପତି ପବନ କୁମାର ଅଗ୍ରୱାଲ, ଉପସଭାପତି ପପୁ ଚନ୍ଦ ଅଗ୍ରୱାଲ, ସଂପାଦକ ମନୋଜ ଅଗ୍ରୱାଲ, ସହ ସଂପାଦକ ସତପାଲ ଅଗ୍ରୱାଲ, କୋଷାଧ୍ୟକ୍ଷ ଅଖିଳ ଅଗ୍ରୱାଲ ଓ ରାଜେଶ ଅଗ୍ରୱାଲ ତଥା ମିଡିଆସେଲ ରମେଶ କୁମାର ଅଗ୍ରୱାଲ ପ୍ରମୁଖଙ୍କ ଉପସ୍ଥିତରେ ଅଗ୍ରସେନ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।