ଆଜିଠୁ ଆରମ୍ଭ ହେଲା ରିଞ୍ଜାର ଗଜଲକ୍ଷ୍ମୀ ପୂଜା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଚାଲିଛି ପାର୍ବଣ ଋତୁ । ଦେବୀ ଦୁର୍ଗା ବିଦାୟ ନେବାପରେ ଧରାଧାମକୁ ଆସିଛନ୍ତି ମାଁ ଗଜଲକ୍ଷ୍ମୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ଦେବୀଙ୍କ ପୂଜା । ସେହି କ୍ରମରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଞ୍ଜା ଗାଁରେ ବହୁପ୍ରସିଦ୍ଧ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଆଜି ରବିବାରରୁ ଆରମ୍ଭ ହୋଇଯାଇଛି । ଶନିବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ରିଞ୍ଜା ଉତେଇ ନଦୀରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଭବ୍ୟ କଳସ ଯାତ୍ରାରେ ପୂଜା ମଣ୍ଡପକୁ କଳସ ନେଇ ଆସିଥିଲେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ । ସଂକିର୍ତ୍ତନ୍ୟ, ଘଣ୍ଟ ବାଦ୍ୟ ସହ ଏକ ବଡ ପଟୁଆରରେ ମାଁ ଗଜଲକ୍ଷ୍ମୀ ପୂଜା ମଣ୍ଡପ ଯାଏଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମଣ୍ଡପରେ କଳସ ସ୍ଥାପନ ପରେ ମା ଗଜଲକ୍ଷ୍ମୀର ଅଧିବାସ ଓ ବେଲବରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଆଜି ସକାଳୁ ଆରମ୍ଭ ହୋଇଯାଇଛି ମା’ଙ୍କ ପୂଜା । ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ନିଳମଣୀ ସାହୁ ଓ ତାଙ୍କ ଧର୍ମ ପତ୍ନୀ ଲୀଲାବତୀ ସାହୁ ଦମ୍ପତି ରହିଥିବା ଜଣାପଡିଛି । ସେହିଭଳି ରିଞ୍ଜାରେ ଦୀର୍ଘ ବର୍ଷ ପୂଜା କରି ଆସୁଥିବା ପୂଜକ ସୁଧାଂଶୁ ଷଡଙ୍ଗୀ ଦାଇତ୍ୱ ନିର୍ବାହନ କରୁଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପୂଜା ପରିଚାଳନା କମିଟିର ସଭାପତି ଉଜ୍ବଳ କୁମାର ସାହୁ, ଉପସଭାପତି ସରପଞ୍ଚ ପଞ୍ଚାନନ ବାଗ ଓ ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ ଛବିଲାଲ ସାହୁ ପ୍ରମୁଖ କମିଟିର ବରିଷ୍ଠ ସଦସ୍ୟ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ପ୍ରଶନ୍ନ କୁମାର ସାହୁ, ମନୋଜ ସାହୁ, ତେଜରାଜ ସାହୁ, ହେରମ୍ବ ସାହୁ, ରିପୁଦମନ ମିଶ୍ର, ସୁରେନ୍ଦ୍ର ସାହୁ, ଦୁଃଖ ବନ୍ଧୁ ସାହୁ, ଚୁଡାମଣୀ ସେଲମା, ବିକ୍ରମ ସାହୁ, ସୁମନ୍ତ ସାହୁ, ଜୟରାମ ସାହୁ, ଉପଦେଷ୍ଟା କମିଟିର ପ୍ରଦୀପ କୁମାର ସାହୁ, ନବୀନ କିଶୋର ସାହୁ, ବିଷ୍ନୁ ମାଝୀ, ଅରବିନ୍ଦ ସାହୁ, ବେଦବ୍ୟାସ ଚୌଧୁରୀ ପ୍ରମୁଖଙ୍କ ସହ ଗ୍ରାମବାସୀମାନେ ପୂଜା ପରିଚାଳନାରେ ସହଯୋଗ କରୁଛନ୍ତି । ୯-୧୦ ଓ ୧୧ ତାରିଖ ସକାଳ ୯ ଘଣ୍ଟାରୁ ଅପରାହ୍ନ ୪ ଘଣ୍ଟା ଧରି ପାରାୟଣ ଗାୟିକା ସୁଶ୍ରୀ ପ୍ରାପ୍ତି ଆଚାର୍ଯ୍ୟ ଦ୍ବାରା ସୁନ୍ଦରାକାଣ୍ଡ ପଠନ କରାଯିବ ଓ ପ୍ରତିଦିନ ଅପରାହ୍ନ ୪ ଘଣ୍ଟାରେ ଅନ୍ନ ପ୍ରସାଦର ବ୍ୟବସ୍ଥା ହୋଇଛି ବୋଲି ସଭାପତି ଉଜ୍ବଳ କୁମାର ସାହୁ ମତବ୍ୟକ୍ତ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.